ସମ୍ବାଦ-ଆମ ଓଡ଼ିଶାର ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ସମ୍ବାଦ-ଆମ ଓଡ଼ିଶାର ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

iStock

ଖୋର୍ଦ୍ଧା: ଆସନ୍ତା ୨୯ ତାରିଖରେ ଖୋର୍ଦ୍ଧା ବ୍ଲକ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସହାୟତାରେ ‘ସମ୍ବାଦ’-ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର
ଅନୁଷ୍ଠିତ ହେବ। ଏନେଇ ଆଜି ମଙ୍ଗଳବାର ମହାବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣକାନ୍ତି ରାୟ ଅଧ୍ୟକ୍ଷତା କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, ମାନସ ଜୟସିଂହ, ଯୁକ୍ତ ଦୁଇ ଶ୍ରେଣୀରେ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ସୁଧାଂଶୁ ଶେଖର ରଣସିଂହ, ଉପାଧ୍ୟକ୍ଷ ପ୍ରତାପ ଛୋଟରାୟ, ବରିଷ୍ଠ ଅଧ୍ୟାପକ ଜନ୍ମେଜୟ ଚୌଧୁରୀ, ଅଧ୍ୟାପିକା ସଚଳା ସାମନ୍ତରାୟ, ସୁଜ୍ଞାନୀ ଭଞ୍ଜସାମନ୍ତ, ଡଃ. ସଂଯୁକ୍ତା ପଟ୍ଟନାୟକ, ‘ସମ୍ବାଦ’ ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମର ଭୁବନେଶ୍ବର ସଂଯୋଜକ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ରକ୍ତଦାନ ଶିବିର ନିର୍ଦ୍ଧାରିତ ଦିନ ସକାଳ ୧୦ଟା ବେଳକୁ ଉଦ୍‌ଘାଟନ କାର୍ଯ୍ୟକ୍ରମ ପରେ ଆରମ୍ଭ ହେବ ବୋଲି କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଶ୍ରୀମତି ଚମ୍ପତ୍ତିରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe