ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧିଙ୍କ ସମନ୍ୱୟ ବୈଠକ

Advertisment
ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧିଙ୍କ ସମନ୍ୱୟ ବୈଠକ

Sambad

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ସ୍ଥିତ ସଭାଗୃହରେ ସିଡବ୍ଲୁଏସ ତରଫରୁ ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧି ମାନଙ୍କ ମଧ୍ୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣିମା ବାରିକ, ଜିଲ୍ଲା ପରିଷଦ ଜୋନ୍ ୧- ସଭ୍ୟ ରାଜେଶ୍ବର ମହୁରିଆ, ଜିଲ୍ଲା ପରିଷଦ ସଭ୍ୟା ମଣି ଜାନୀ, ଜି.ପି.ଓ. ରାଜପ୍ରସାଦ ଦୋରା, ବିଏସଏସଓ କାର୍ତ୍ତିକ ପାଢ଼ୀ, ଏମ୍ଆଇ, ସନ୍ତୋଷ କୁମାର ବେହେରା, ଦୋରାଗୁଡା ସମିତି ତ୍ରିଲୋଚନ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ବିଶେଷ କରି ସରକାରୀ ଯୋଜନ ଗୁଡିକ କିପରି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ବିସ୍ତୃତ ଭାବେ ବୁଝା ଯାଇଥିଲା। ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧି ମାନେ କିପରି ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ ଏବଂ ଏମାନଙ୍କର ଦାୟିତ୍ୱ ରହିବ ସେ ନେଇ ଆଲୋଚନା କରାଯାଇଥିଲା।

ଏଥିସହ ସରକାରଙ୍କ ଆମ ଗାଁ, ଆମ ବିକାଶ ଯୋଜନା କିପରି ପ୍ରତ୍ୟେକ ଗାଁରେ ପହଞ୍ଚିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଗାଁରେ ରହିଥିବା ସମସ୍ୟା ଗୁଡିକ ପଲ୍ଲୀ ସଭା ଏବଂ ଗ୍ରାମ ସଭାରେ ପରିତ କରି କିପରି ଗାଁର ଉନ୍ନତି କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସିଡବ୍ଲୁଏସର କର୍ମଚାରୀ ମାନେ ତାଲିମଦାତା ଭାବେ ଉପସ୍ଥିତ ରହି ତାଲିମ ଦେଇଥିଲେ। ପ୍ରଦୀପ କୁମାର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସିଡବ୍ଲୁଏସର ସୁନିଲ୍ କୁମାର୍ ଦାସ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ସଦେଶ କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe