ଖୋର୍ଦ୍ଧା ପଂଚାୟତ ସମିତିରେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି: ୮୮ଟି ଅଭିଯୋଗର ତତ୍କାଳ ସମାଧନ

Advertisment
ଖୋର୍ଦ୍ଧା ପଂଚାୟତ ସମିତିରେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି: ୮୮ଟି ଅଭିଯୋଗର ତତ୍କାଳ ସମାଧନ

ଖୋର୍ଦ୍ଧା: ଖୋର୍ଦ୍ଧା ପଂଚାୟତ ସମିତିରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକଙ୍କ ମୋଟ ୧୮୩ଟି ଆପତ୍ତି ଅଭିଯୋଗ ମଧ୍ୟରୁ ୮୮ଟି ତତ୍କାଳ ସମାଧାନ କରାଯାଇଥିବା ବେଳେ ରେଡକ୍ରସ ପାଣ୍ଠିରୁ ୧ଲକ୍ଷ ୨୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଆଜି ପ୍ରବଳ ଗୁଳୁଗୁଳି ସତ୍ୱେ ଖୋର୍ଦ୍ଧା ବ୍ଲକ ପରିସରରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା ।

ଅଭିଯୋଗ ପ୍ରକୋଷ୍ଠ ମଧ୍ୟରେ ଫ୍ୟାନ୍, ପିଇବା ପାଣି ଆଦିର ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଅନେକ ଅସୁସ୍ଥ ଓ ବୃଦ୍ଧବୃଦ୍ଧା ସମସ୍ୟାର ସମ୍ମୁଖିନ ହୋଇଥିଲେ । ଏହାସତ୍ୱେ ୧୮୩ଟି ମୋଟ ଆପତ୍ତି ଅଭିଯୋଗ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ ହୋଇଥିଲା । ଏଥିମଧ୍ୟରୁ ୧୭୯ଟି ବ୍ୟକ୍ତିଗତ ଓ ୪ଟି ସାମୂହିକ ଆବେଦନ ଥିଲା । ୮୮ଟି ପଡ଼ିକାର୍ଡ, ଭତ୍ତା, ସ୍ୱାସ୍ଥ୍ୟଗତ ସହାୟତା ସମ୍ପର୍କିତ ଆବେଦନର ତୁରନ୍ତ ବିଚାର କରାଯିବା ସହ ରେଡକ୍ରସ ପାଣ୍ଠିରୁ ୧ଲକ୍ଷ ୨୦ହଜାର ଟଙ୍କା ସହାୟତା ଦିଆଯାଇଥିଲା ।

ଆଜିର ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସପି ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଉପଜିଲ୍ଲାପାଳ ଈଶ୍ୱର ଗୌରବ ଶିବାଜୀ, ବିଡିଓ ରୁମାନା ଜାଫ୍ରି, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe