ଜଳ ସଂରକ୍ଷଣ ଅଭିଯାନ ସମୀକ୍ଷା ବୈଠକ

Advertisment
ଜଳ ସଂରକ୍ଷଣ ଅଭିଯାନ ସମୀକ୍ଷା ବୈଠକ

Sambad

ମାଲକାନଗିରି: ମାଲକାନଗିରିସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସଭାଗୃହରେ ବର୍ଷା  ଜଳ ସଂରକ୍ଷଣକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପିଡି, ଡିଆରଡିଏ ବାଳମୁକୁନ୍ଦ ଭୁୟାଁ ସଭାପତିତ୍ବ କରିଥିଲେ। ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟ ଗୁଡିକ ଆସନ୍ତା ଆଗଷ୍ଟ ୧୫ ସୁଦ୍ଧା ବର୍ଷା ଜଳକୁ ନେଇ ଏକ ପ୍ରୋଜେକ୍ଟ ରିପୋର୍ଟ ଡିଆରଡିଏକୁ ଦେବେ ଏବଂ ୨୦୨୩ ଅଗଷ୍ଟ ୧୫ ତାରିଖ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। ଏହି ପ୍ରକଳ୍ପକୁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯେପରିକି ବନାଞ୍ଚଳ କାର୍ଯ୍ୟାଳୟ, ଜଳ ସଂରକ୍ଷଣ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ, ଉଦ୍ୟାନ କାର୍ଯ୍ୟାଳୟ, ପୌର ପରିଷଦ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକରେ ଏହି ପ୍ରକଳ୍ପ କାର୍ଯ୍ୟାକାରୀ କରିବା ପାଇଁ ସମୀକ୍ଷା କରାଯାଇଥିଲା।

ଆସନ୍ତା ମେ ୭ ତାରିଖରେ ଜିଲ୍ଲାର ପ୍ରତ୍ୟେତ ପଞ୍ଚାୟତରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ଏହି ପ୍ରକଳ୍ପର ଉଦେଶ୍ୟ ହେଲା ବର୍ଷା ଜଳକୁ ସମୁଦ୍ରରେ ମିଶିବାକୁ ନଦେଇ ଏହାର ସଂରକ୍ଷଣ, ସୁଦୁପଯୋଗ ଓ ପୁନଃ ବ୍ୟବହାର କରିବା ସହ ପରିବେଶକୁ ସନ୍ତୁଳିତ କରିବା। ଏହି କାର୍ଯ୍ୟକ୍ରମରେ କ୍ଷୁଦ୍ର ଜଳସେଚନର ନିର୍ବାହୀ ଯନ୍ତ୍ରୀ ଡି. ସୁଧାକର କୁମାର, ବୈଜ୍ଞାନିକ ସମୀର ଦାସ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶ ଶୁଭଶ୍ରୀ ସାହୁ, ପୋଟେରୁ କେନାଲ ଡିଭିଜନର ସୁପରିଟେଣ୍ଡେଣ୍ଟ ମଙ୍ଗଲାଲ ଜୈନ, ଜିଲ୍ଲା ଯୁବ ରେଡକ୍ରସର ଆବାହକ ଡଃ. ରଂଜନ କୁମାର ସ୍ବାଇଁ ସମେତ ବହୁ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe