ସୈନିକ ସ୍କୁଲରେ କଳାହାଣ୍ଡିର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ନେଇ ବୈଠକ

Advertisment
ସୈନିକ ସ୍କୁଲରେ କଳାହାଣ୍ଡିର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ନେଇ ବୈଠକ

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ହୋଟେଲ ଭାଗିରଥି ଇନ ଠାରେ ସହରର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଆହ୍ଵାନ କ୍ରମେ ସୈନିକ ସ୍କୁଲ ପ୍ରବେଶିକାରେ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଲକ୍ଷନେଇ ଜିଲ୍ଲାରେ ପ୍ରଥମ କରି ମାଗଣା ପ୍ରଶିକ୍ଷଣ ଦିଆଯିବ। ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ବିଶେଷଜ୍ଞ ଶିକ୍ଷକ ଦ୍ଵାରା ମାଗଣା ପ୍ରଶିକ୍ଷଣ ଦେବାସହ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯିବ।

ଏଥିନିମନ୍ତେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଳକ ସ୍ତରରେ ଜନସଚେତନତା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସଚିବ ଓଡିଶା ସଂଗୀତ ନାଟକ ଏକାଡେମୀ ପ୍ରବୋଧ ରଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶିକ୍ଷାବିତ୍‌ ପ୍ରଫେସର ଅକ୍ଷୟ ନନ୍ଦ, ଡ଼ଃ ଅଜୟ ମିଶ୍ର, ସମାଜସେବୀ ପ୍ରମୋଦ ଖମାରୀ, ଛବିଲାଲ ସାହୁ, ରବି କାନୁନଗୋ, ବସନ୍ତ ପଣ୍ଡା, ସିମାଞ୍ଚଳ ମିଶ୍ର, ପୂର୍ବ ନଗରପାଳ ଆଦିତ୍ୟ ନନ୍ଦ, ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାନ୍ତି, ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁନିଲ ମୁଣ୍ଡ, ମହୁରୀ ସମ୍ପାଦକ ଭବାନୀଶଙ୍କର ନିଆଲ, ସମାଜସେବୀ ମଣ୍ଟୁ ନାଏକ, ପୂର୍ବ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe