ଶିରିଡ଼ି ସାଇବାବାଙ୍କ ପାରାୟଣର ପଞ୍ଚମ ଦିବସ ଉପଲକ୍ଷେ ମେଗା ରକ୍ତଦାନ ଶିବିର ଆୟୋଜିତ

Advertisment
ଶିରିଡ଼ି ସାଇବାବାଙ୍କ ପାରାୟଣର ପଞ୍ଚମ ଦିବସ ଉପଲକ୍ଷେ ମେଗା ରକ୍ତଦାନ ଶିବିର ଆୟୋଜିତ

ବାଲେଶ୍ୱର: ବାଲେଶ୍ୱର ସହରର ଜେଲରୋଡ୍‌ସ୍ଥିତ ସିଦ୍ଧିକଲ୍ୟାଣ ମଣ୍ଡପରେ ଶିରିଡ଼ି ସାଇ ସତଚରିତ ପାରାୟଣର ପଞ୍ଚମ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ସଂଧ୍ୟାରେ ଶିରିଡ଼ି ସାଇ ସର୍ଭେଣ୍ଟ୍‌ସ ସୋସାଇଟି ଓ ସାଇ ନିର୍ମାଲ୍ୟ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରୁ ୧୧୯ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

publive-image

ଡା. ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ୍‌ ବିଜୟ କୁମାର ପଟ୍ଟନାୟକ, ଜଗନ୍ନାଥ ପଣ୍‌ତା, ଅକ୍ଷୟ ଜେନା, ଶୁଚିସ୍ମିତା ଦାସ, ଅଜୟ କୁମାର ମହାପାତ୍ର ଓ ସନ୍ତୋଷ ଜେନା ରକ୍ତ ସଂଗ୍ରହ କରିଥିଲେ। ଅନୁଷ୍ଠାନର ସୁଦୀପ୍‌ ରାଉତ, ଅନୋଜ ଦାସ, ପ୍ରମୋଥ ପେଡ଼ି, ଶଶଧର ନାଥ, ରାଜକିଶୋର ବେହେରା, ସୂର୍ଯ୍ୟସଖା ମହାରଣା, ସୁମିତ୍ରା ପରିଡ଼ା, ରବିନାରାୟଣ ସାହୁ, ଅଭ୍ୟୁଦୟ ଦାସ, ଟୁକୁ ମହାରଣା, ଜିତୁ ପରମାଣିକ, ଚକ୍ରଧର ପାଣିଗ୍ରାହୀ, ‘ସମ୍ବାଦ’ ସଂପାଦନା ବିଭାଗର କେଳାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ। ‘ଆମ ଓଡ଼ିଶା’ର ସହଯୋଗୀ ଲକ୍ଷ୍ମୀଧର ବାରିକ୍‌ଙ୍କ ସମେତ ସାଇ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ଶ୍ରଦ୍ଧାଳୁ ଓ ଭକ୍ତମାନେ ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ୪୦ ଜଣ ମହିଳା ଓ ୭୯ ଜଣ ପୁରୁଷ ରକ୍ତଦାନ କରିଥିଲେ।

ଏହି ମେଗା ରକ୍ତଦାନ ଶିବିରରେ ସମ୍ମାନୀତ ଅତିଥି ଭାବେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମାନସ କୁମାର ପାଢ଼ୀ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ‘ସମ୍ବାଦ’ର ଉପ-ମହାପ୍ରବନ୍ଧକ ଗେତମବୁଦ୍ଧ ଦାସ, ବରିଷ୍ଠ ସାମ୍ବାଦିକ ବଳରାମ ପାଢ଼ୀ, ‘ସାଇ ର୍ନିମାଲ୍ୟ’ର ଅଧ୍ୟକ୍ଷ ସତ୍ୟ ଖଡ଼୍‌ଗରାୟ, ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଓ ଡା. ମହେଶ କୁମାର ବିଶ୍ୱାଳ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe