ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨ ଦଫା ଦାବିପତ୍ର ପ୍ରଦାନ କଲା କୃଷକ ସଂଘ

ଖେତକୁ ପାଣି ନ ପହଞ୍ଚିଲେ ରାସ୍ତାକୁ ଓଲ୍ଲାଇବାକୁ ଚାଷୀଙ୍କ ଧମକ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨ ଦଫା ଦାବିପତ୍ର ପ୍ରଦାନ କଲା କୃଷକ ସଂଘ

Sambad

ବନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଶ୍ରୀଗଣେଶ ଆଞ୍ଚଳିକ କୃଷକ ସଂଘ ପକ୍ଷରୁ ବିନିକା ତହସିଲ ସମ୍ମୁଖରେ ଦୀର୍ଘ ଘଣ୍ଟା କେନାଲ ପାଣି ଦାବି ନାରା ଦେଇ ବି‌କ୍ଷୋଭ ପ୍ରଦର୍ଶନ କରି ବିନିକା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୨ ଦଫା ଦାବିପତ୍ର ପଦ୍ରାନ କରାଯାଇଛି। ଶୁକ୍ରବାର ସୁଦ୍ଧା ୨ ଦଫା ସମ୍ବଳିତ ଦାବି ପୂରଣ ନ ହେଲେ ୧୦ଟା ସମୟରେ ରାସ୍ତାକୁ ଓଲ୍ଲାଇବାକୁ ଧମକ ଦେଇଛନ୍ତି କୃଷକ ସଂଘ।

ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ହୀରାକୁଦ-ବରଗଡ଼ ମୁଖ୍ୟ କେନାଲରେ ଗର୍ତ୍ତ ହେବାରୁ ଦୀର୍ଘଦିନ ହେବ ପାଣି ବନ୍ଦ ହୋଇଥିଲା। କେନାଲ ମରାମତି ହେବା ଅନେକ ଦିନ ହେବ ବିତି ଯାଇଥିଲେ ମଧ୍ୟ ବିନିକା ତହସିଲ ଅଞ୍ଚଳରକୁ ଠିକ ହିସାବରେ କେନାଲ ପାଣି ପହଞ୍ଚି ପାରୁ ନଥିବାରୁ ଚାଷୀମାନେ ସସମ୍ତ ସମସ୍ୟା ଗୁଡ଼ିକ ଜଣାଇବା ସହ ସମାଧାନ ଦାବି କରିଛନ୍ତି। ଚଳିତ ରବି ଋତୁରେ ହୋଇଥିବା ଚାଷ ପାଣି ଅଭାବ ଯୋଗୁ ଧାନ ଫସଲ ମରିବାକୁ ବସିଲାଣି। ଏହି ପରିସ୍ଥିତରେ ଯୁଦ୍ଧକାଳୀନ ଭିତ୍ତିରେ କେନାଲ ପାଣିକୁ ନିରବଚ୍ଛିନ୍ନ ଭାବରେ ତଳମୁଣ୍ଡ ପର୍ଯ୍ୟନ୍ତ ଯୋଗାଇ ଦିଆ ନଗଲେ ଅଧିକାଂଶ ଚାଷ ନଷ୍ଟ ହୋଇ ଯାଉଥିବାରୁ ଚାଷୀ ମାନେ ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହେବାର ସଷ୍ଟ ନଜର ଆସୁଛି।

ସେହିପରି ଚ‌ୌକିଯୋର ଉପରେ ନିର୍ଭରଶୀଳ ଅନେକ ଚାଷୀ ଉଠାଜଳସେଚନ ମାଧ୍ୟମରେ ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି। କେନାଲ ପାଣି ବନ୍ଦ ହେବାରୁ ଚ‌ୌକିଯୋର ବର୍ତ୍ତମାନ ଶୁଖିଲା ପଡ଼ିଛି ଯାହା ଫଳରେ ଶହଶହ ଉଠା ଜଳସେନ ପ୍ରକଳ୍ପ ଅକାମୀ ହୋଇଯାଇଛି। ଏଣୁ ଉପର ମୁଣ୍ଡରେ ଥିବା ଗୁଣସାଗର କଣ୍ଟାକୁ ଅସ୍ଥାୟୀ ଭାବରେ ଜଳଯୋଗାଣ କରାଯାଉ। ଚୌକିଯୋର ଉଭୟ ପଟରେ ଥିବା ଧାନ ଫସଲକୁ ରକ୍ଷା କରାଯାଉ। ଏହାସହ ସ୍ଥାୟୀ ଭାବରେ ସମାଧାନ କରିବାକୁ ଗୁଣସାଗର କଣ୍ଟାର ଉନ୍ନତୀକରଣ କରି ଜଳ ସଂରକ୍ଷଣ ପ୍ରକଳ୍ପ ସୃଷ୍ଟି କରିବାକୁ କୃଷକ ସଂଘ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଶ୍ରୀ ଗଣେଶ କୃଷକ ସଂଘ ସଭାପତି ଅଜିତ କୁମାର ପଣ୍ଡା, ଆବାହକ ଦେବାଶିଷ ଦାଶ, ଶଙ୍କରା ଶରପଞ୍ଚ ଅଶୋକ ପୃଷ୍ଟି, ପ୍ରମେଦପଣ୍ଡା, ପଞ୍ଚାନନ ବାବୁ, ଧର୍ମଦତ୍ତ ପଣ୍ଡା, ଲକ୍ଷ୍ମୀ ନାରାୟଣ ପୂଜାରୀ, ରମେଶ ଦାଶ, ବାସୁଦେବ ମେଲ୍ଲି, ସୂର୍ଯ୍ୟ ହୋତା, ଅରକ୍ଷିତ ଥନାପତି, ପ୍ରଶାନ୍ତ ପଣ୍ଡା, ଆର୍ତ୍ତତ୍ରାଣ ସାହୁ, ଅଭୟ ପଧାନଙ୍କ ସମେତ ବିନିକା ତହସିଲ ଅଞ୍ଚଳର ଶତାଧିକ ଚା‌ଷୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe