କୃଷକଙ୍କ ଦାବି ନେଇ କୃଷକମୋର୍ଚ୍ଚାର ଦାବିପତ୍ର ପ୍ରଦାନ

Advertisment
କୃଷକଙ୍କ ଦାବି ନେଇ କୃଷକମୋର୍ଚ୍ଚାର ଦାବିପତ୍ର ପ୍ରଦାନ

Sambad

ଭଦ୍ରକ: ରାଜ୍ୟରେ ଦୀର୍ଘ ତେଇଶ ବର୍ଷର ସ୍ଥାଣୁ, ଅପାରଗ, ନିଷ୍କ୍ରିୟ, ଚାଷୀ ବିରୋଧୀ ବିଜେଡି ସରକାରର ଚାଷୀ ମାରଣ ନୀତିକୁ ବିରୋଧ କରି ଭଦ୍ରକ ଜିଲ୍ଳା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଭଦ୍ରକ ଉପଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ ଏକ ସମ୍ବେଦନ ଓ ଦୂରଦୃଷ୍ଟି ହୀନ ଚାଷ ଓ ଚାଷୀ ବିରୋଧୀ ଅପାରଗ ବିଜେଡି ସରକାର ନବୀନ ବାବୁଙ୍କ ନେତୃତ୍ଵରେ ଦୀର୍ଘ ଦିନରୁ ଚାଲିଛି। ଏ ସରକାରରେ ଚାଷ ଓ ଚାଷୀ ପାଇଁ କୌଣସି ଅଗ୍ରାଧିକାର ନାହିଁ କିମ୍ବା ପ୍ରାଥମିକତା ନାହିଁ, ଚାଷୀଙ୍କ ଉନ୍ନତି କଲା ଭଳି କିମ୍ବା ସୁରକ୍ଷା ଦେଲା ଭଳି କୌଣସି ଯୋଜନା ନାହିଁ। ରାଜ୍ୟ ଯାକ ଚାଷୀ ଘୋର ଦୁଃଖ ଓ ନୈରାଶ୍ୟରେ କାଳାତିପାତ କରୁଛନ୍ତି। ଚାଷିକୂଳଙ୍କ ଦୁଃଖ ଦୁର୍ଦଶା ବିମୋଚନ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇ ଏହା ପୂରଣ କରିବା ପାଇଁ ରାଜ୍ୟପାଳଙ୍କ ସମ୍ବିଧାନିକ କ୍ଷମତା ପ୍ରୟୋଗ ଦାବି କରାଯାଇଛି। ରାଜ୍ୟ ସାରା କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବା, ରାଜ୍ୟର ଧାନ କିଣାରେ ମଣ୍ଡିସ୍ତରରୁ ନେଇ ମନ୍ତ୍ରୀସ୍ତର ପର୍ଯ୍ୟନ୍ତ ବ୍ୟାପକ ଅବ୍ୟବସ୍ଥା ଓ ଚରମ ଦୁର୍ନୀତିରେ ଚାଷୀ ମାନେ ପ୍ରଚୁର ମାତ୍ରରେ କ୍ଷତି ଗ୍ରସ୍ତ ଓ ଶୋଷଣର ଶିକାର ହେଉଛନ୍ତି। ଦୀର୍ଘଦିନରୁ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଚାଲିଥିବା ଏ ମହା ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ। କେନ୍ଦ୍ର ସରକାର ପ୍ରଦତ୍ତ ରିହାତି ମୂଲ୍ୟର ସାରକୁ ସମବାୟ ବିଭାଗକୁ କମ୍ ଓ ଘରୋଇ ବିତରକ ମାନଙ୍କୁ ଅଧିକ ପରିମାଣରେ ଆବଣ୍ଟନ କାହା ସ୍ଵାର୍ଥରେ କରାଯାଉଛି? ସାର କଳା ବଜାରୀ ଓ ଅଭାବୀ ବିକ୍ରି ରୋକିବା ଓ ଏହାର ସୁବନ୍ଦୋବସ୍ତ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।
ରାଜ୍ୟରେ ଖରିଫ ଧାନ ଚାଷର ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ଆବଶ୍ୟକ ଅଭିମୂଲ୍ୟ ଅର୍ଥ ରାଜ୍ୟ ସରକାର ବହନ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଉକ୍ତ ଅର୍ଥକୁ ରାଜ୍ୟ ସରକାର ପ୍ରଦାନ ନ କରିବାରୁ ଚାଷୀ ବାଧ୍ୟ ହୋଇ ଉକ୍ତ ଅଭିମୂଲ୍ୟ ଅର୍ଥ ଦେଇ ଫସଲ ବୀମା ପଞ୍ଜୀକରଣ କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ତୁରନ୍ତ ଏହି ଅଭିମୂଲ୍ୟ ଅର୍ଥକୁ ପ୍ରଦାନ କରନ୍ତୁ। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ସମୟ ଅବଧି ବୃଦ୍ଧି କରାଯାଉ। ୨୦୧୯ ରୁ ୨୦୨୧ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଅନେକ ଚାଷୀ ମରୁଡିର ଶିକାର ହୋଇଥିଲେ ମଧ୍ୟ ଫସଲ ବୀମା ପ୍ରାପ୍ୟରୁ ବଞ୍ଚିତ ଅଛନ୍ତି। ଏଣୁ ଚାଷୀ ମାନେ ତାଙ୍କ ବକେୟା ବୀମା ଅର୍ଥ ପାଇବା ସହିତ, ବୀମା କାରବାରରେ ସ୍ଵଛତା ଓ ଘରୋଇ କମ୍ପାନି ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଧାମନଗର, ଚାନ୍ଦବାଲି, ଭଣ୍ଡାରିପୋଖରୀ, ଭଦ୍ରକ, ବନ୍ତ, ବାସୁଦେବପୁର ବ୍ଲକରେ ଦୁଇ ଦୁଇଥର ବନ୍ୟା ଆସି ସମ୍ପୂର୍ଣ୍ଣ ଚାଷ ଜମି ଜଳମଗ୍ନ ହେବା ଦ୍ଵାରା ଚାଷୀ ମାନେ ପକାଇଥବା ତଳି ଏବଂ ସଦ୍ୟ ରୁଆ ଯାଇଥିବା ସମସ୍ତ ତଳି ନଷ୍ଟ ହୋଇଛି। ଏବେ ଚାଷୀଙ୍କ ପାଖରେ ରୁଇବା ପାଇଁ ତଳି ନାହିଁ। ରୁଆ ହୋଇ ନପାରି ଜମି ପଡ଼ିଆ ପଡ଼ିଛି। ସେମାନଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ କରାଯିବାକୁ ମୋଚ୍ଚାର୍ ପକ୍ଷରୁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନରେ ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦୀପ କୁମାର ନାୟକ, ମଙ୍ଗରାଜ ନାୟକ, ଶଙ୍କର୍ଷଣ ଜେନା, ଶରତ ପଢିଆରୀ, ଉପେନ୍ଦ୍ର ରାଉଳ, କାହ୍ନୁ ଚରଣ ବେହେରା, ସୁରେଶ ସାମଲ, ବିଦ୍ୟାଧର ମୁଦୁଲି, ରମେଶ କୁମାର ଜେନା, ବିକାଶ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe