ଲୋକ ବିକାଶ ମଞ୍ଚ ପକ୍ଷରୁ ବ୍ଲକ ଘେରାଉ ଓ ଦାବିପତ୍ର ପ୍ରଦାନ

Advertisment
ଲୋକ ବିକାଶ ମଞ୍ଚ ପକ୍ଷରୁ ବ୍ଲକ ଘେରାଉ ଓ ଦାବିପତ୍ର ପ୍ରଦାନ

Sambad

ବୈପାରିଗୁଡା: ବିଭିନ୍ନ ସମସ୍ୟା ନେଇ ବ୍ଲକ ଲୋକ ବିକାଶ ମଞ୍ଚ ସଂଗଠନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରତି ପଞ୍ଚାୟତ ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ସ୍ବଚ୍ଛ ପାନୀୟ ଜଳ, କିଶୋରୀ ବାଳିକା ମାନଙ୍କର ପୁଷ୍ଟିକର ଖାଦ୍ୟ, ଶିଶୁ କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ପ୍ରସୂତି ମାଆ ମାନଙ୍କର ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ନିମନ୍ତେ ଦାବି କରାଯାଇଛି। ବିଶେଷ କରି ଗ୍ରୀଷ୍ମ ଋତୁ ଆସୁଥିବାରୁ ପ୍ରତି ଗାଆଁରେ ନଳକୂପ ମରାମତି ଏବଂ ନୂଆ ନଳକୂପ ସ୍ଥାପନ କରିବାକୁ ଦାବି ହୋଇଛି। ସୂଚନା ଅନୁଯାୟୀ, ଏହି ମଞ୍ଚ ଦୀର୍ଘ ୧୨ ବର୍ଷ ଧରି ହେଲା ସରକାରୀ ଯୋଜନା ଗୁଡ଼ିକର ସଫଳ ରୁପାୟନ ନିମନ୍ତେ ଜନ ସଚେତନତା ସୃଷ୍ଟି କରି ଆସୁଛି। ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳର ଲୋକେ ‌ମୈଳିକ ସୁବିଧାରୁ ବଞ୍ଚିତ ଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସପ୍ତାହର ପ୍ରତି ସୋମବାର ପଞ୍ଚାୟତରେ ହେଉଥିବା ଜନଶୁଣାଣୀ ଶିବିରରେ ସଂଗଠନ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରାଯାଇଥାଏ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ବେଳେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଲୋକ ବିକାଶ ମଞ୍ଚ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ଏହି ଘେରାଉକୁ ଲୋକ ବିକାଶ ମଞ୍ଚ ସଂଗଠନ ସଭାପତି ଯୁଧିଷ୍ଠିର ଗାଦବା ଅଧ୍ୟକ୍ଷତା କରିଥିବାବେଳେ ସଂଗଠନର କର୍ମୀ ଅର୍ଜୁନ ଶୁକ୍ରି, ଦୁର୍ଯ୍ୟୋଧନ ପାଙ୍ଗି, ଜାନକୀ ହନ୍ତାଳଙ୍କ ସମେତ ସଂଗଠନର ସମସ୍ତ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe