ଖଇରପୁଟ ସ୍ବାସ୍ଥ୍ୟକର୍ମୀଙ୍କ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ

Advertisment
ଖଇରପୁଟ ସ୍ବାସ୍ଥ୍ୟକର୍ମୀଙ୍କ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ

Sambad

ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲା ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ ମାନେ ଆଜି ଏକ ୫ ଦଫା ସମ୍ବଳିତ ଦାବିପତ୍ର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦ୍ଦେଶ୍ୟରେ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ. ସୁରେଶ ବାରିକଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଉକ୍ତ ଦାବିହଗ୍ଦ ସ୍ବାସ୍ଥ୍ୟକର୍ମୀଙ୍କ କ୍ୟାଡ଼ର ପୁନଃର୍ଗଠନ କରି ଚାକିରି କାଳରେ ଚାରୋଟି ପଦୋନ୍ନତି ଦେବା, ଅର୍ଥ ବିଭାଗର ନୂତନ ପ୍ରକାଶିତ ଗ୍ରେଡପେ ବିଜ୍ଞପ୍ତିକୁ ଲାଗୁ କରିବା, ଠିକା ବ୍ୟବସ୍ଥାର ସମ୍ପୁର୍ଣ୍ଣ ଉଚ୍ଛେଦ ସହ ଉକ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ୬ ଗୋଟି ନୋଷ୍ଠାଲ ଇନ୍କ୍ରିମେଣ୍ଟ ପ୍ରଦାନ କରିବା, ବହୁମୂଖୀ ମହିଳା-ପୁରୁଷ ସ୍ବାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମାନଙ୍କ ପଦବୀର ନାମ ପରିବର୍ତ୍ତନ କରିବା, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପୋଷାକ ଭତ୍ତା ଆକାରରେ ବାର୍ଷିକ ୫୦୦୦/- ଟଙ୍କା ପ୍ରଦାନ କରିବା ଭଳି ଦାବି ରହିଛି।

ଖଇରପୁଟ ବହୁମୂଖୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ କେ,ଟି,ଭି,ଆର, ଦୋରା, ସ୍ବର୍ଣ୍ଣଲତା ସେଠୀ, ଦୁର୍ଗା ପ୍ରସାଦ ସାହୁ, ନିବେଦିତା ସାହୁଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ଦୋରା କହିଛନ୍ତି ଯେ, ଆଗାମୀ ଦିନରେ ଯଦି ସରକାର ଉକ୍ତ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ପୂରଣ ନକରନ୍ତି ଆସନ୍ତା ଡ଼ିସେମ୍ବର ୭ ତାରିଖରୁ ସମଗ୍ର ଓଡ଼ିଶାର ସ୍ବାସ୍ଥ୍ୟ କର୍ମୀମାନେ କଳାବ୍ୟାଚ ପିନ୍ଧି ନୀରବ ପ୍ରତିବାଦ କରିବେ ଓ ଏହାର ଏକ ସପ୍ତାହ ପରେ ଅର୍ଥାତ ଡିସେମ୍ବର ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe