ମୁକୁନ୍ଦପ୍ରସାଦ ଉତ୍ତେଜନା ଘଟଣା: ପୁଲିସ ନିରପେକ୍ଷ ରହି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଜେପିର ସ୍ମାରକପତ୍ର

Advertisment
ମୁକୁନ୍ଦପ୍ରସାଦ ଉତ୍ତେଜନା ଘଟଣା: ପୁଲିସ ନିରପେକ୍ଷ ରହି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଜେପିର ସ୍ମାରକପତ୍ର

Sambad

ଖୋର୍ଦ୍ଧା: ମୁକୁନ୍ଦପ୍ରସାଦରେ ଗୋ ହତ୍ୟା ଅଭିଯୋଗକୁ ନେଇ ଦୁଇ ପକ୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ଗୁରୁବାର ଜିଲ୍ଲା ଭାରତୀୟ ଜନତା ପାର୍ଟି ମୁହଁ ଖୋଲିଛି। ପୁଲିସ ନିରପେକ୍ଷ ଭାବେ କୌଣସି ପକ୍ଷକୁ ସମର୍ଥନ ନକରି ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖୁ ବୋଲି ଅନୁରୋଧ କରିଛି। ଆଜି ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ବିଜେପି ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ ପ୍ରମୁଖ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଏନେଇ ଏକ ସ୍ମାରକପତ୍ର ଦେଇଛନ୍ତି।

ଏଥିରେ ଦଳ ପକ୍ଷରୁ କୁହାଯାଇଛି ଯେ, ମୁକୁନ୍ଦପ୍ରସାଦରେ ବେଆଇନ କାର୍ଯ୍ୟ ଯେଗୁଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଜେପି କୌଣସି ପକ୍ଷକୁ ସମର୍ଥନ କରୁନାହିଁ। ଏହାସହ ଦଳ ପକ୍ଷରୁ ଅନୁରୋଧ କରାଯାଉଛି ଯେ ପୁଲିସ ଗୋଟିଏ ପକ୍ଷକୁ ସୁହାଇଲାଭଳି ପଦକ୍ଷେପ ନନେଉ। ଏହାଦ୍ବାରା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ। ଯଦି ପୁଲିସ-ପ୍ରଶାସନ ଚାହିଁବ ତେବେ ମୁକୁନ୍ଦପ୍ରସାଦରେ ଶାନ୍ତି ଫେରାଇ ଆଣିବାରେ ଦଳ ପକ୍ଷରୁ ସହଯୋଗ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe