ଭୂମିଜ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Advertisment
ଭୂମିଜ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Sambad

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ଆଦିବାସୀ ସମ୍ପ୍ରଦାୟ ହେଉଛି ଭୂମିଜ। ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକର ଭୂମିଜ ଭାଷାଭାଷୀ ଲୋକେ ବସବାସ କରନ୍ତି। ଏଣୁ ତାଙ୍କ ପିଲାମାନେ ଭୂମିଜ ଭାଷାର ପାଠ ପଢିବାକୁ ଆଗ୍ରହୀ। ତେବେ କୌଣସି ବିଦ୍ୟାଳୟରେ ଭୂମିଜ ଶିକ୍ଷକ ନିଯୁକ୍ତି ହୋଇ ନଥିବାରୁ ଛାତ୍ରଛାତ୍ରୀମାନେ ଓଡିଆ ଭାଷା ଭଲ ଭାବେ ବୁଝି ପାରୁନଥିବାରୁ ବିଦ୍ୟାଳୟକୁ ଯାଉ ନାହାଁନ୍ତି। ଫଳରେ ପାଠପଢା ଅଧାରେ ରହିଯାଉଛି। ଏଣୁ ଭୂମିଜମାନେ ଏମ୍ଏଲ୍ଇ ଶିକ୍ଷକ ନିଯୁକ୍ତି ବହୁଦିନରୁ ଦାବି କରି ଆସୁଛନ୍ତି।

ଯେଉଁ ବିଦ୍ୟାଳୟରେ ୮୦ ପ୍ରତିଶତରୁ ଅଧିକ ଭୂମିଜ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ସେହି ବିଦ୍ୟାଳୟରେ ଭୂମିଜ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ଆଦିମ ସିନ୍ଧୁବାସୀ ଭୂମିଜ ୯ ମାହାଲ ପକ୍ଷରୁ ସଭାପତି ଗୁଲାପ ସିଂହଙ୍କ ନେତୃତ୍ବରେ ଆଜି ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏଣୁ ଯଥାଶୀଘ୍ର ଭୂମିଜ ଭାଷା ଶିକ୍ଷକ ନିଯୁକ୍ତି କରାଯାଉ ବୋଲି ଦାବି କରୁଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲାର ବିଭିନ୍ନ ବ୍ଲକର ଗମ୍ଭା ସିଂହ, ଗୁରୁବା ସିଂହ, ବଦ୍ରିନାଥ ସିଂହ, ଗଣେଶ ସର୍ଦ୍ଧାର, ରାଇବନ ସର୍ଦ୍ଧାର, ଗୁରୁବା ମୁଣ୍ଡା, ଗୁରୁବା ଦିଗାର, ଚନ୍ଦ୍ର ମୋହନ ସିଂହ ପ୍ରମୁଖ ଉପସ୍ଥିୁତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe