ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ

Advertisment
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ

Sambad

ରାୟଗଡା: ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ଠିକା ମଜଦୁର ମହାସଂଘର ରାଜ୍ୟ ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସଙ୍କ ନେତୃତ୍ୱରେ ରାୟଗଡ଼ା ସ୍ଥିତ ଗଜପତି ଛକ ନିକଟରେ ଏକତ୍ରିତ ହୋଇ ଏକ ପଦଯାତ୍ରାରେ ବାହାରି ରାୟଗଡ଼ା ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାୟଗଡ଼ା ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ କୁମାର ପାଣିଗ୍ରାହୀଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା।ଦାବି ମଧ୍ୟରେ ଠିକା ପ୍ରଥା ଉଛେଦ କରାଯାଉ,ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଟିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ , ସମାନ କାମକୁ ସମାନ ବେତନ ପ୍ରଦାନ କରାଯାଉ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରାଯାଉ, ଠିକା କର୍ମଚାରୀ ମାନଙ୍କୁ ସାପ୍ତାହିକ ଛୁଟିର ହାଜିରା ପ୍ରଦାନ କରାଯାଉ, ଅବସର କାଳୀନ ସମୟ ସିମା ୫୮ ବର୍ଷରୁ ୬୦ ବର୍ଷ ବୃଦ୍ଧି କରାଯାଉ, ଠିକା କର୍ମଚାରୀ ମାନଙ୍କୁ ସର୍ବ ନିମ୍ନ ମାସିକ ୨୧ ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ସଭାପତି ମୋହନ ରାଓ ମାଝୀ, ଉପସଭାପତି ଦୁର୍ଗା ମାଧବ ଘୋଷ, କାର୍ଯ୍ୟକାରୀ ସଭାପତି ଧର୍ମ ସିଂହ ନାଗ, ଉତ୍କଳ ଆଲୁମିନା ମଜଦୁର ସଂଘ ସଭାପତି ସମିର ଖରା, ସମ୍ପାଦକ ପ୍ରତାପ ସାହୁ, ପ୍ରଶାନ୍ତ ନାୟକ, ସାନ୍ଧ୍ରା ମାଝୀ, ନିରଞ୍ଜନ ସେନାପତି, ଇମ୍ଫା ଏମପ୍ଲେସ୍  ଆସୋସିଏସନର ପ୍ରଦୀପ କୁମାର ମିଶ୍ର, କୃଷ୍ଣ ଗାଣ୍ଟା, ସିମାଦ୍ରୀ ହିଆଲ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ମଜଦୁର ସଂଘ, ଇମ୍ଫା ଠିକା ମଜଦୁର ସଂଘ, ଜେ.କେ ପେପର ମଜଦୁର ସଂଘ, ଇମ୍ଫା ଏମପ୍ଲେସ୍ ଆସୋସିଏସନର ତିନି ଶହରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe