ବିଭିନ୍ନ ଦାବି ନେଇ ବିଧାନସଭା ଓ ଛାତ୍ର କଂଗ୍ରେସର ଦାବିପତ୍ର ପ୍ରଦାନ

Advertisment
ବିଭିନ୍ନ ଦାବି ନେଇ ବିଧାନସଭା ଓ ଛାତ୍ର କଂଗ୍ରେସର ଦାବିପତ୍ର ପ୍ରଦାନ

Sambad

ରାୟଗଡା: ରାୟଗଡା ଜିଲ୍ଳାରେ ଗଢି ଉଠିଥିବା ଉତ୍କଳ ଆଲୁମନା କମ୍ପାନି, ଜେକେ କାଗଜ କଳ, ଇମ୍ଫା ସହ ବେଦାନ୍ତ ଭଳି ବୃହତ୍ ଶିଳ୍ପାନୁଷ୍ଠାନ ଗୁଡିକରେ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନରେ କମ୍ପାନି ଗୁଡିକର ଟାଳଟୁଳ ନୀତିକୁ ବିରୋଧ କରି ରାୟଗଡା ବିଧାନସଭା ଯୁବ କଂଗ୍ରେସ ଏବଂ ପ୍ରତି ବ୍ଳକ ତଥା ପଂଚାୟତରେ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ଖେଳପଡିଆ ସହ ପ୍ରତି ବ୍ଳକରେ ଗୋଟିଏ ଲେଖାଁଏ ଯୁକ୍ତତିନି କଲେଜ ସ୍ଥାପନା ଦାବି ନେଇ ଗୁରୁବାର ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଏକ ଦାବିପତ୍ର ସହକାରୀ ଜିଲ୍ଳାପାଳ ନାରାୟଣ ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଳାରେ କଳ କାରଖାନା ନିର୍ମାଣ ଓ ଖଣିର କାର୍ଯ୍ୟକ୍ଷମକୁ ରାୟଗଡା ବିଧାନସଭା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାଗତ କରୁଛୁ କିନ୍ତୁ ବେକାରୀ ଯୁବକଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତିରେ ପ୍ରାଥମିକତା ଦିଆଯାଉ କରାଯାଉ ବୋଲି ଦାବି କରାଯାଇଛି।

publive-image Sambad

କମ୍ପାନି ତଥା ଖଣି ଉତ୍ତୋଳନ ପ୍ରଭାବିତ ଅଂଚଳରେ ସରକାରୀ ବିରୋଧି କାର୍ଯ୍ୟରେ ଲିପ୍ତ ନ ଥିବା ଅଂଳଚବାସୀଙ୍କୁ ପୁଲିସଙ୍କ ଦ୍ୱାରା ହଇରାଣ ନ କରିବା ଏବଂ ଆଇନକୁ ହାତକୁ ନେଇ ଅଂଚଳରେ ବିଭ୍ରାଟ କରୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜିଲ୍ଳାରେ ଡିଏମଫ୍ ଫଣ୍ଡ ସହାୟତାରେ ରାୟଗଡାରେ ଏକ ମେଡିକଲ କଲେଜ ପ୍ରତିଷ୍ଠା କରିବା ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଏୱାଇସି ସଭାପତି ଯୋଶେଫ ଖୋସଲା, ଜିଲ୍ଳା ଯୁବ ଉପସଭାପତି ଆସଲାମ ଖାନ, ଓଡିଶା ପ୍ରଦେଶ କଂଗ୍ରେସ କମିଟି କ୍ଷେତ ମଜଦୁର ସଂଘ ଉପସଭାପତି ଦେବେନ୍ଦ୍ର ରାଓ, ହରିଶ ପଟ୍ଟନାୟକ, ଡିସିସି ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ଅଂଶୁମାନ ପଟ୍ଟନାୟକ, ଏନଏସୟୁଆଇ ଜିଲ୍ଳା ସଂପାଦକ ଅଙ୍କିତ ରାଜ ତାଣ୍ଡି, ସତ୍ୟଜିତ ଗମାଙ୍ଗ, ଡିସିସ ସଂପାଦକ ପାର୍ଥ ବର୍ଦ୍ଧନ, କଂଗ୍ରେସ କିସାନ ମୋର୍ଚ୍ଚା କମିଟି ଜିଲ୍ଳା ସଭାପତି ଏମ. ଗଙ୍ଗାଧର ଆଚାରୀ, ସମିତି ସଭ୍ୟ ଭୁଷଣ ବିଡିକା, କିଶୋର କୌଶଲ୍ୟା, ଜିଝୁର ମାଝିଙ୍କ ସମେତ ଇ.ସତିଶ, ଡି.ମୋନଜ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe