ଉତ୍କଳ ଆଲୁମିନା ମଜଦୁର ସଂଘର ଦାବିପତ୍ର ପ୍ରଦାନ

Advertisment
ଉତ୍କଳ ଆଲୁମିନା ମଜଦୁର ସଂଘର ଦାବିପତ୍ର ପ୍ରଦାନ

Sambad

ରାୟଗଡା: ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଉତ୍କଳ ଆଲୁମିନା ମଜଦୁର ସଂଘର ସଭାପତି ସମିର ଖରା ଓ ସମ୍ପାଦକ ପ୍ରତାପ କୁମାର ସାହୁଙ୍କ ନେତୃତ୍ବରେ ୩୧ ଦଫା ଦାବିପତ୍ର ରାୟଗଡ଼ା ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କୁ ପ୍ରଦାନ କରିଯାଇଛି। ଦାବିପତ୍ର ପ୍ରଦାନ ସମୟରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସ, ସମ୍ମାନିୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଉପସଭାପତି ଦୁର୍ଗା ମାଧବ ଘୋଷ ଯୋଗ ଦେଇଥିଲେ।ପ୍ରଦାନ କରାଯାଇଥିବା ଦାବିପତ୍ରରେ ମୁଖ୍ୟତଃ ସମସ୍ତ ଠିକା ଶ୍ରମିକ ମାନଙ୍କୁ ଇଏସଆଇ ଏବଂ ଇପିଏଫରେ ଅନ୍ତର୍ଭୁକ୍ତ କରାଯାଉ, ରାତ୍ର କାର୍ଯ୍ୟରତ ସମୟରେ ରାତ୍ରି ପାରିଶ୍ରମିକ ରାଶି ପ୍ରଦାନ କରାଯାଉ।

ଠିକା ଶ୍ରମିକ ମାନଙ୍କ ପରିବାରଙ୍କର ସମସ୍ତ ସଦସ୍ୟଙ୍କୁ ବିମା ରାଶିରେ ଅନ୍ତର୍ଭୁକ୍ତ କରାଯାଉ, ଠିକା ପ୍ରଥା ଉଛେଦ କରାଯାଉ, ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ, ସମାନ କାମକୁ ସମାନ ବେତନ ପ୍ରଦାନ କରାଯାଉ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରାଯାଉ, ଠିକା କର୍ମଚାରୀ ମାନଙ୍କୁ ସାପ୍ତାହିକ ଛୁଟିର ହାଜିରା ପ୍ରଦାନ କରାଯାଉ, ଅବସର କାଳୀନ ସମୟ ସିମା ୫୮ ବର୍ଷ ରୁ ୬୦ ବର୍ଷ ବୃଦ୍ଧି କରାଯାଉ, ଠିକା କର୍ମଚାରୀ ମାନଙ୍କୁ ସର୍ବ ନିମ୍ନ ମାସିକ ୨୧  ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ୩୧ ଟି ଦାବିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe