ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଖୋର୍ଦ୍ଧା: ଐତିହାସିକ ଖୋର୍ଦ୍ଧା ଗଡ଼ର ପୁନରୁଦ୍ଧାର ପାଇଁ ଆଜି ଖୋର୍ଦ୍ଧା ବିକାଶ ମଂଚ ପକ୍ଷରୁ ଏକ ଦାବିପତ୍ର ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ସାଂସଦ ରବୀନ୍ଦ୍ରନାଥ ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ବର ବିଜେଡି ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ଠାରେ ବିକାଶ ମଂଚର କର୍ମକର୍ତ୍ତାଙ୍କ ଏକ ପ୍ରତିନିଧି ଦଳ ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ରବୀନ୍ଦ୍ରନାଥ ଜେନାଙ୍କୁ ଭେଟିଥିଲେ। ଖୋର୍ଦ୍ଧା ଗଡ଼ର ଦୟନୀୟ ଅବସ୍ଥା ଓ ରାଜ୍ୟ ପ୍ରତ୍ନତତ୍ବ ବିଭାଗ ଦ୍ବାରା ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣରେ ଅବହେଳା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ସ୍ବତନ୍ତ୍ର ଯୋଜନା ଦ୍ବାରା ଗଡ଼ ଖୋର୍ଦ୍ଧାର ପୁନରୁଦ୍ଧାର କରିବାକୁ ଅନୁରୋଧ କରି ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

ଏହି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିକାଶ ମଂଚର ସଭାପତି ନରେନ୍ଦ୍ର ପୃଷ୍ଟି, ଐତିହାସିକ ଡ ନାରାୟଣ ରାଓ, ଗୋପାଳକୃଷ୍ଣ ଦାସ, ସୁବାସ ସାମନ୍ତରାୟ, ଗିରୀଜା ପଟ୍ଟନାୟକ, ସୁଶୀଲ ମହାନ୍ତି, ମେଜର ସୁବେଦାର ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୧୯୯୦ରେ ଗଡ଼ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପାଇକ ଉତ୍ସବ ଓ ଆଲୋକ-ସଂଗୀତ ସମାରୋହରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଏହାର ପୁନରୁଦ୍ଧାର ଓ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe