ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବହିଷ୍କାର ପାଇଁ ବିଜେପିର ନିର୍ବାଚନ କମିସନରଙ୍କୁ ଦାବିପତ୍ର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବହିଷ୍କାର ପାଇଁ ବିଜେପିର ନିର୍ବାଚନ କମିସନରଙ୍କୁ ଦାବିପତ୍ର

Sambad

ଖୋର୍ଦ୍ଧା: ଗତ ୧୫ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନର ୨୪ ଘଣ୍ଟା ପୂର୍ବରୁ ଖୋର୍ଦ୍ଧା ଜିଲ୍ଳାପାଳ ଖୋର୍ଦ୍ଧାର ୧୦ଟି ବ୍ଲକର ୩୪ଟି ସ୍କୁଲର ପଟ୍ଟା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ନିର୍ବାଚନ ଆଚରଣବିଧିକୁ ଉଲ୍ଳଂଘନ କରିଛି ଓ ବିଜେଡି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏଭଳି କାର୍ଯ୍ୟର ଆୟୋଜନ କରିଥିଲେ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନରଙ୍କୁ ସାକ୍ଷାତ କରି ଜିଲ୍ଲାପାଳଙ୍କ ବହିଷ୍କାର ପାଇଁ ଦାବି କରିଛନ୍ତି। ବିଜେପିର ରାଜ୍ୟ ଆଇନ ସେଲ୍ ସଂଯୋଜକ ରବିଶଙ୍କର ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଦିଆଯାଇଥିବା ଏହି ଦାବିପତ୍ର ସହ ଭିଡ଼ିଓ, ସ୍କୁଲ ପଟ୍ଟାର ନକଲ ଆଦି ପ୍ରମାଣ ସ୍ୱରୂପ ଦିଆଯାଇଛି।

ଏଥିରେ ଦର୍ଶାଯାଇଛି ଯେ ନିର୍ବାଚନ ବେଳେ ଜିଲ୍ଳାରେ ନିରପେକ୍ଷ ଓ ଅବାଧ ନିର୍ବାଚନ କରାଇବା ଦାୟିତ୍ୱ ଜିଲ୍ଳାପାଳଙ୍କ କିନ୍ତୁ ଖୋର୍ଦ୍ଧା ଜିଲ୍ଳାପାଳ ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରି କିଭଳି ସ୍କୁଲ ପଟ୍ଟା ବଣ୍ଟନ କରିଛନ୍ତି। ଏଣୁ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରନ୍ତୁ। ଏନେଇ ବିଜେପିର ଖୋର୍ଦ୍ଧା ଜିଲ୍ଳାର ବରିଷ୍ଠ କର୍ମକର୍ତ୍ତ‌ା ତଥା ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି ଯେ ଜିଲ୍ଲାରେ ଅନେକ ବୁଥରେ ସରକାରୀ କର୍ମଚାରୀମାନେ ଶାସକ ଦଳର ହାତବାରିସୀ ପାଲଟିଛନ୍ତି। ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ଦିନ ଠାରୁ ଏହା ଜଳଜଳ ଦେଖାଯାଉଥିଲା। ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାମୁଖ୍ୟ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ଏହାର ପ୍ରମାଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe