ବସ୍ତର ରେଳ ଆନ୍ଦୋଳନ ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବସ୍ତର ରେଳ ଆନ୍ଦୋଳନ ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବସ୍ତର ରେଳ ଆନ୍ଦୋଳନ ପକ୍ଷରୁ ଆଜି ଡିଆରଡିଏ ସଭା କକ୍ଷରେ ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବଙ୍କୁ ଭେଟି ବସ୍ତର ଅଂଚଳରେ ରେଳପଥ ସମସ୍ୟା ଏବଂ ରେଳ ସୁବିଧା ପ୍ରଦାନ କରିବା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।ଦିଲ୍ଲୀ ରାଜହଲା ଠାରୁ ଜଗଦଲପୁର ପର୍ଯ୍ୟନ୍ତ ରେଳ ପକାଇବା ପାଇଁ ଅନୁରୋଧ କରିଥିଲେ। ଏହାର ଆବଶ୍ୟକତା ବହୁତ ରହିଥିବା ରେଳମନ୍ତ୍ରୀଙ୍କୁ ବୁଝାଇବା ସହ ଶୀଘ୍ର ସମାଧାନ କରିବା ପାଇଁ ଦାବି କରିଥିଲେ। ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ମଧ୍ୟ ରେଳ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଏନେଇ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ଏହା କିପରି ସମାଧାନ ହେବ ସେନେଇ ଚେଷ୍ଟା କରିବାକୁ କହିଥିଲେ।

ରେଳମନ୍ତ୍ରୀଙ୍କୁ ବସ୍ତର ଆସିବାକୁ ରେଳ ଆନ୍ଦୋଳନ ପକ୍ଷରୁ ନିବେଦନ କରାଯାଇଥିଲା। ଏହି ଅବସରରେ ବସ୍ତର ଚେମ୍ବର ଅଫ କମର୍ସ ଏବଂ ଇଣ୍ଡଷ୍ଟ୍ରି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଉପଢୌକନ ଏବଂ ଉପହାର ପ୍ରଦାନ କରିଥିଲେ। ସେହିପରି ମାଲକାନଗିରି ଚାମ୍ବର୍ସ ଅଫ କମର୍ସ ପକ୍ଷରୁ ମଧ୍ୟ ରେଳମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହ ସମ୍ମାନିତ କରିଥିଲେ। ରେଳମନ୍ତ୍ରୀଙ୍କୁ ଭେଟିବା ସମୟରେ ବସ୍ତର ରେଳ ଆନ୍ଦୋଳନ ପକ୍ଷରୁ ଦଶରଥ କଶ୍ୟପ, ମନିଷ ବର୍ମା, କିଶୋର ପାରଖ, ସଂପତ୍ତ ଝା, ଶ୍ୟାମ ସୋମାନୀ, ସୁରେଶ ସୋମାନୀ, ଭଁବେର ବୋଧରା, ବମଲ ବୋଧରା, ରୋହିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe