କୋରାପୁଟ: ଭାରରେ ବୁହା ହୋଇ ଡାକ୍ତରଖାନା ପହଞ୍ଚିଲେ ମହିଳା, ସାଥୀରେ ଥିଲେ ୨ ମାସର ଶିଶୁ

Advertisment

କୁତୁକାଝୋଲା ଗାଁକୁ ନାହିଁ ପକ୍କା ରାସ୍ତା, ୪୦ ପରିବାର ହନ୍ତସନ୍ତ

କୁତୁକାଝୋଲା ଗାଁକୁ ନାହିଁ ପକ୍କା ରାସ୍ତା, ୪୦ ପରିବାର ହନ୍ତସନ୍ତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମପଞ୍ଚାୟତର କୁତୁକାଝୋଲା ଗାଁରୁ ଜଣେ ମହିଳା ୨ ମାସ ତଳେ କୋରାପୁଟ ମେଡିକାଲ୍‌ କଲେଜରେ ଅପରେସନ ମାଧ୍ୟମରେ ଏକ ଛୁଆ ଜନ୍ମ ଦେଇଥିଲୋ ଡାକ୍ତରଖାନାରେ ସେ କିଛି ଦିନ ରହିବା ପରେ ସୁସ୍ଥ ହୋଇ ନିଜ ଗାଁକୁ ଫେରିଆସିଥିଲେ। ଛୁଆ ସହ ଆଜି ସକାଳୁ ତାଙ୍କ ପେଟ ବ୍ୟଥା ହେବା ସହ ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ଡାକ୍ତରଖାନା ଆଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ଲକ୍ଷ୍ମୀପୁର ସଦର ମହକୁମା ଡାକ୍ତରଖାନା ସହ ଗାଁକୁ ପକ୍କା ରାସ୍ତା ନଥିବାରୁ ଗାଁର ୫ ଜଣ ଲୋକ ତିନି କିଲୋମିଟର ଭାରରେ ବୋହି ଆଣିବା ପରେ ନାଳଚୁଆଁ ଗାଁ ରାସ୍ତାରୁ ଏକ ଅଟୋରେ ଡାକ୍ତରଖାନା ନେଇଥିଲେ।

ମହିଳା ଜଣକର ଏବେ ଡାକ୍ତରଖାନାରେ ଚିକିତ୍ସା ଜାରି ଥିବା ବେଳେ ଆବଶ୍ୟକ ପଡିଲେ କୋରାପୁଟ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହେବେ ବୋଲି ଡାକ୍ତର ଅମିତ ମହାନ୍ତି ପ୍ରକାଶ କରିଛନ୍ତିା

ସେପଟେ ଗାଁକୁ ପକ୍କା ରାସ୍ତା ନଥିବାରୁ ୪୦ଟି ପରିବାର ସବୁବେଳେ ଏମିତି ଅସୁବିଧାର ସମ୍ମୁଖିନ ହେଉଥିବା ଗାଁର ଗୋବିନ୍ଦ ମିଣିଆକା ଓ ସହଦେବ ମିଣିଆକା ପ୍ରକାଶ କରିଛନ୍ତିା ବ୍ଲକ ସଦର ମହକୁମାରୁ ୫ କିମି ଦୂରରେ ରହିଥିବା କୁତୁକାଝୋଲାକୁ ପକ୍କା ରାସ୍ତା ସକାଶେ ବନ ବିଭାଗର ଅନୁମତି ମିଳୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe