Sambad
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ତାଲୁକ ଆଇନସେବା କମିଟି ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ସାମନ୍ତରାପୁର ଠାରେ ଥିବା ଉଜ୍ଜ୍ୱଳା ପ୍ରକଳ୍ପ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଚାରପତି ସୁରେନ୍ଦ୍ର ମୋହନ ପାଢ଼ୀ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରକଳ୍ପର ସମ୍ପାଦକ ବୈକୁଣ୍ଠ ମାର୍ଥା ସ୍ୱାଗତ ଭାଷଣ ଦେଇଥିଲେ। ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ କୁମାର ସାମନ୍ତସିଂହାର, ଆଇନଜୀବୀ ଅଶୋକ କୁମାର ମହାପାତ୍ର, ବିକ୍ରମ ଚମ୍ପତ୍ତି, ଭୈରବୀ କ୍ଲବର ମନିପାଲ ସାହୁ, ଶିଶୁ କଲ୍ୟାଣ ବିଭାଗର ପ୍ରଣତୀ ପଟ୍ଟନାୟକ, କୃଷ୍ଣ ମାନ୍ଧାତା, ନଗେନ୍ଦ୍ର ଚମ୍ପତ୍ତି ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ।
ଆଧୁନିକ ସମାଜରେ ବ୍ୟକ୍ତିଙ୍କ ଶାରୀରିକ ଓ ମାନସିକ ସୁସ୍ଥତା, ପରିବାରର ସଦସ୍ୟଙ୍କ ସହଭାଗିତା ଓ ସହାନୁଭୂତି ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ତାଲୁକ ଆଇନସେବା କମିଟିର ସମ୍ପାଦକ ବସନ୍ତ ଶତପଥୀ ଧନ୍ୟବାଦ ଦେଇଥିଲେ। ଏଥିରେ ଉଜ୍ଜ୍ୱାଳା ପ୍ରକଳ୍ପର ସମସ୍ତ ଅନ୍ତେବାସୀ ଯୋଗଦେଇଥିଲେ।
Follow Us