ରାଉରକେଲା: ରାଉରକେଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଲାଣି। ବିଶେଷକରି ଗତ ଦୁଇଦିନ ହେଲା ପାରଦ ଆଖିଦୃଶିଆ ଖସିଛି। ମଙ୍ଗଳବାର-ବୁଧବାର ରାତିରେ ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ରହିଥିଲା, ଯାହାକି ଚଳିତବର୍ଷର ସର୍ବନିମ୍ନ। ସେହିଭଳି ୧୧ ତାରିଖରେ ତାପମାତ୍ରା ୧୪ ଡିଗ୍ରି ରହିଥିଲା।

Advertisment

ଏହା ପୂର୍ବରୁ ସହରର ସର୍ବନିମ୍ନ ତାପମାତ୍ରା ୧୪/୧୫ ଡିଗ୍ରି ଥିବା ରେକର୍ଡ କରାଯାଇଛି। ଗତ ୧୦ ତାରିଖରେ ତାପମାତ୍ରା ୧୫.୮ ଡିଗ୍ରି, ୯ ତାରିଖରେ ୧୪.୫ ଡିଗ୍ରି, ୮ ତାରିଖରେ ୧୪.୮ ଡିଗ୍ରି, ୭ ତାରିଖରେ ୧୫ ଡିଗ୍ରି, ୬ ତାରିଖରେ ୧୫.୪ ଡିଗ୍ରି ଓ ୫ ତାରିଖରେ ୧୬ ଡିଗ୍ରି ରହିଥିଲା। ପ୍ରବଳ ଥଣ୍ଡା ସାଙ୍ଗକୁ ଘନକୁହୁଡ଼ି ଜନସାଧାରଣଙ୍କୁ ନାକେଦମ୍‌ କଲାଣି।

ରାତି ପ୍ରାୟ ୯/୧୦ଟାରୁ କୁହୁଡ଼ି ପରିଲକ୍ଷିତ ହେଉଛି। ଏହା ସକାଳ ୮/୯ଟା ଯାଏ ବଳବତ୍ତର ରହୁଛି। ମାତ୍ରାଧିକ କୁହୁଡ଼ି ଯୋଗୁଁ ଗମନାଗମନ ବହୁମାତ୍ରାରେ ବାଧାପ୍ରାପ୍ତ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ:ଓଡ଼ିଶାର ଦୁଇ ଯୁବକ ଝାଡ଼ଖଣ୍ଡରେ ନିଖୋଜ! ଉଦ୍ଧାର ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ 

ବିଶେଷକରି ରିଂରୋଡ୍‌ରେ ଏହା ସଙ୍ଗୀନ ସମସ୍ୟା ସୃଷ୍ଟି କରୁଛି। ଏତଦ୍‌ବ୍ୟତୀତ ସେକ୍ଟର-୩ ପଡ଼ିଆରେ ଥିବା ନେପାଳୀ ଶୀତବସ୍ତ୍ର ବଜାର, ଦୀପ୍ତି ହୋଟେଲ ପାଖ ଶୀତବସ୍ତ୍ର ବଜାର ସମେତ ସହରର ବିଭିନ୍ନ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

ଅଧିକ ପଢ଼ନ୍ତୁ: ପୁଣି ଜାଡ଼ରେ ଥରିବେ ନିରାଶ୍ରୟ