ସୁନ୍ଦରଗଡ଼ରେ ମନରେଗା ଶ୍ରମିକଙ୍କ ମଜୁରି ୩୦୩କୁ ବୃଦ୍ଧି

ସୁନ୍ଦରଗଡ଼ରେ ମନରେଗା ଶ୍ରମିକଙ୍କ ମଜୁରି ୩୦୩କୁ ବୃଦ୍ଧି

IndiaMART

ସୁନ୍ଦରଗଡ଼, ଏଣିକି ମହାତ୍ମା ଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ମନରେଗା)ରେ କାମ କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଅଣକୁଶଳୀ ଶ୍ରମିକଙ୍କୁ ମିଳିବ ୩୦୩.୪୦ ଟଙ୍କା। ମନରେଗାର ‌ଦୈନିକ ମଜୁରି ୨୦୭ ଟଙ୍କା ଥିବା ବେଳେ କେବଳ ସୁନ୍ଦରଗଡ଼ର ଶ୍ରମିକଙ୍କ ପାଇଁ ଅତିରିକ୍ତ ୯୬ ଟଙ୍କା ୪୦ ପଇସା ଯୋଡ଼ି ମଜୁରି ବୃଦ୍ଧି କରାଯାଇଛି। ତେବେ ଏହି ଅତିରିକ୍ତ ୯୬.୪୦ ଟଙ୍କା ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ପ୍ରଦାନ କରାଯିବ। ମହାମାରୀ କୋଭିଡ-୧୯ ପାଇଁ ଆର୍ଥିକ ଦୁର୍ଗତି ଭୋଗୁଥିବା ଶ୍ରମିକଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଗତ ଅକ୍ଟୋବର ୨୯ ତାରିଖରେ ଏ ସମ୍ପର୍କିତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ପରେ ତାକୁ ଆଧାର କରି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନଭେମ୍ବର ୪ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଅକ୍ଟୋବର ୨୯ ତାରିଖରୁ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ରହିଛି। ସମସ୍ତ ଇଚ୍ଛୁକ ପରିବାର ଓ ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ଚିହ୍ନଟ ପୂର୍ବକ ମନ‌ରେଗା କାମ ଯୋଗାଇଦେଇ ସେମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଗ୍ରାମାଞ୍ଚଳ ଶ୍ରମିକଙ୍କୁ ମନରେଗାର ୨୦୭ ଟଙ୍କା ସହ ଅତିରିକ୍ତ ୯୬.୪୦ ଟଙ୍କା ମଜୁରି ସେମାନଙ୍କୁ ସହାୟକ ହେବ ବୋଲି ପ୍ରକାଶ ପାଇଛି। ପ୍ରକାଶଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭରୁ ଏଯାଏ ମନରେଗାରେ ୬୪୪୩୦ ଜଣ ଶ୍ରମିକଙ୍କୁ ୮୬୮୫୧୫୬ ଶ୍ରମିକ ଦିବସର କାମ ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe