ବାରିପଦାର ବସ୍ତି ଅଂଚଳରେ ମାଇକ୍ରୋ ଏକଟିଭିଟି ସେଂଟର ଉଦଘାଟିତ

ବାରିପଦାର ବସ୍ତି ଅଂଚଳରେ ମାଇକ୍ରୋ ଏକଟିଭିଟି ସେଂଟର ଉଦଘାଟିତ

ବାରିପଦା: ବସ୍ତି ଗୁଡିକର ବିକାଶ ତଥା ବସ୍ତିରେ ରହୁଥିବା ନାଗରିକଙ୍କର ଜୀବନ ଶୈଳିରେ ପରିବର୍ତନ ଏବଂ ବସ୍ତି ଅଂଚଳ ଗୁଡିକର ସାମଗ୍ରିକ ଉନ୍ନତି ପାଇଁ ଓଡିଶା ସରକାର ବହୁ ଉନ୍ନତି ମୂଳକ ଯୋଜନା ହାତକୁ ନେଇ କାର୍ଯ୍ୟକାରୀ କରୁଛନ୍ତିି । ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ କରି ସେମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇଦେବା ସହିତ ବସ୍ତି ଅଂଚଳରେ ଲୋକଙ୍କୁ ସୁବିଧା ଯୋଗାଇ ଦେବା ନିମନ୍ତେ ସେଠାରେ ରାସ୍ତାଗାଟ ନିର୍ମାଣ, ରାସ୍ତା ଆଲୋକିକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆଦି ସୁବିଧା କରୁଥିବା ବେଳେ ଆଜି ବାରିପଦା ପୌର ପରିଷଦ ଅନ୍ତର୍ଗତ ବଳରାମପୁର, ରଘୁନାଥପୁର ୱାର୍ଡ ନଂ୧୯ର ବଢେଇସାହି ବସ୍ତି ଏବଂ ଝିିରିବନ୍ଧ ୱାର୍ଡ ନଂ- ୫ର ବସ୍ତି ଅଂଚଳରେ ନବ ନିର୍ମିତ ମାଇକ୍ରୋ ଏକଟିଭିଟି ସେଂଟର, ଓପେନ ସ୍ପେସ ଡେଭଲପମେଂଟ କେନ୍ଦ୍ର ଗୁଡିକ ଜିଲ୍ଲା ପ୍ରସାଶନ ତରଫରୁ ଉଦଘାଟିତ ହୋଇଯାଇଛିା

ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେନ୍ଦ୍ର ଗୁଡିକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭବେଷ କୁମାର ନାୟକ, ବାରିପଦା ଉପଜିଲ୍ଲାପାଳ ତଥା ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ପି. ଅନେ୍ଵଷା ରେଡ୍ଡି ପ୍ରମୁଖ ଯୋଗଦେଇ ଥିଲେ । ଏହି କେନ୍ଦ୍ର ଗୁଡିକରେ ବସ୍ତି ଅଂଚଳର ଲୋକେ ସାମୁହିକ ଭାବରେ ସେମାନଙ୍କର ସମସ୍ତ କାର୍ଯ୍ୟ କରିପାରିବେ । ପିଲାମାନଙ୍କର ଖେଳକୁଦ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ବସ୍ତି ଅଂଚଳରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଅନ୍ୟାନ୍ୟ ସଂଗଠନର କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟ ଏହିଠାରେ ସେମାନେ କରିପାରିବେ ବୋଲି ଜଣାଯାଇଛି । ତେବେ ସରକାରଙ୍କ ବସ୍ତି ବାସିନ୍ଦା ମାନଙ୍କ ବିକାଶ ପାଇଁ ଏହା ଏକ ଉତମ ଏବଂ ସଫଳ ପ୍ରଚେଷ୍ଟା ବୋଲି ଉପସ୍ଥିତ ଅଧିବାସୀ ମାନେ କହିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe