ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ

Advertisment
ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ

ବରଗଡ଼: ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଅତାବିରା ବ୍ଲକ୍‌ ଅନ୍ତର୍ଗତ ଚକୁଳି ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ନିରୀକ୍ଷଣ କରିଥିଲେ। ସୋମବାର ଛାତ୍ରଛାତ୍ରୀଙ୍କୁ ଭାତ ଓ ଡାଲମା ପ୍ରସ୍ତୁତ କରି ଦିଆଯିବା କଥା।

କିନ୍ତୁ ଉକ୍ତ ବିଦ୍ୟାଳୟରେ ଦିଆଯାଉଥିବା ଡାଲମା ଅତି ନିମ୍ନାମାନର ଏବଂ ପିଲାଙ୍କୁ ଦେବା ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଠଉରାଇ ଥିଲେ। ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ପୋଷଣଯୁକ୍ତ ଆହାର ମାଗଣାରେ ଦେବାପାଇଁ ନିୟମ ଥିବା ବେଳେ ଏହି ନିୟମକୁ ଉଲ୍ଲଂଘନ କରିବା ତଥା ସରକାରୀ ପାଣ୍ଠିର ଦୂରୁପଯୋଗ କରିଥିବା ଯୋଗୁଁ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ମହାନନ୍ଦଙ୍କୁ ଲିଖିତ ସ୍ପଷ୍ଟୀକରଣ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe