ଆମକୁ ବଞ୍ଚାଅ ସରକାର: ଦାଦନ ଶ୍ରମିକଙ୍କ କରୁଣ ନିବେଦନ

Advertisment
ଆମକୁ ବଞ୍ଚାଅ ସରକାର: ଦାଦନ ଶ୍ରମିକଙ୍କ କରୁଣ ନିବେଦନ

ମାଲକାନଗିରି: ଦାଦନ ଶ୍ରମିକ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇ କିପରି ଲୋକେ ହଇରାଣ ହେବା ବହୁ ନଜିର ଥିବା ବେଳେ ଏବେ କରୋନା ସମୟରେ କିପରି ନାହିଁ ନଥିବା ହଇରାଣ ହେଉଛନ୍ତି ତାହା ଦେଖିବାକୁ ମିଳିଛି।ସୋସିଆଲ ମିଡିଆରେ ଏବେ କାଲିମେଳାର ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଗୋଆକୁ ଯାଇ କିପରି ଫସି ରହିଛନ୍ତି ସେନେଇ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେବାକୁ ଲାଗିଛି।

କାଲିମେଳା ଅଂଚଳର ମିଥୁନ ସରକାର ନିଜର ପତ୍ନୀ ସରିତା ସରକାର ଏବଂ ଦେଢ ବର୍ଷର ଶିଶୁକୁ ନେଇ ସୁଦୁର ଗୋଆ ଅଂଚଳକୁ ଚାକିରି କରିବାକୁ ଯାଇ କିପରି ହଇରାଣ ହେଉଛନ୍ତି ସେନେଇ ସେ ସୋସିଆଲ ମିଡିଆରେ ନିଜର ଏକ ପୋଷ୍ଟ ଅପଲୋଡ କରିଛନ୍ତି।ଗତ ମାର୍ଚ୍ଚ ମାସରେ ମିଥୁନ ସରକାର ଗୋଆ ଅଂଚଳକୁ କାମ କରିବା ଉଦେଶ୍ୟରେ ଚାଲିଯାଇଥିଲେ।ସେଠାରେ ଏକ ସିକ୍ୟୁରିଟି ସର୍ଭିସ ସେଣ୍ଟରରେ କାମ ମିଳିବା ପରେ ସେ ଘର ଭଡା ନେଇ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।ତେବେ କରୋନା ମହାମାରୀ ଗୋଆକୁ ବି କବଳିତ କରିବା ପରେ ସେଠାରେ ଲକ୍ ଡାଉନ ହୋଇଯାଇଛି।

ଲକ୍ ଡାଉନ ଯୋଗୁଁ ସବୁ କାମ ଠପ୍ ହୋଇ ପଡିଥିବା ବେଳେ ମିଥୁନ ମଧ୍ୟ କାମ ବନ୍ଦ ହେବାରୁ ଘରେ ପଡି ରହିଛନ୍ତି।ତେବେ ଗତ ଦେଢ ମାସ ହେବ ଦରମା ମିଳିନଥିବାରୁ ସେ ବହୁ ହଇରାଣ ହେଉଛନ୍ତି।ଏପରିକି ଘରେ ଚାଉଳ ମଧ୍ୟ ନାହିଁ।ଭୋକ ଉପାସରେ ଦିନ କାଟୁଛନ୍ତି।ଏଥିସହ ଘର ମାଲିକ ଗର ଭଡା ଦେଇନଥିବାରୁ ତୁରନ୍ତ ଘର ଖାଲି କରିବାକୁ ଧମକ ଦେଉଛି।ଏଭଳି ପରିସ୍ଥିତିରେ କିପରି ବଞ୍ଚିବୁ ବୋଲି ମିଥୁନ କ୍ଷୋଭର ସହ ପ୍ରକାଶ କରିଛନ୍ତି।ଓଡିଶା ସରକାର ତୁରନ୍ତ ଆମକୁ ଏଠାରୁ ରକ୍ଷା କରି ଆମ ଅଂଚଳକୁ ପଠାଇବାର ବନ୍ଦବସ୍ତ କରନ୍ତୁ ବୋଲି ସେ ନେହୁରା ହୋଇ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe