ଲ୍ୟାମ୍ପ ସମବାୟ ସମିତିରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

ଲ୍ୟାମ୍ପ ସମବାୟ ସମିତିରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

ଘୁ.ଉଦୟଗିରି: ଲ୍ୟାମ୍ପ ସମବାୟ ସମିତି ଲିଃ ଓ ଜନବିକାଶ ସଂଗଠନ ଆନୁକୁଲ୍ୟରେ ସ୍ଥାନୀୟ ଲ୍ୟାମ୍ପ ସମବାୟ କାର୍ଯ୍ୟାଳୟ ଠାରେ ୨୦୨୩-୨୪ ନିମନ୍ତେ ମାଣ୍ଡିଆ ମଣ୍ଡି (ମିଲେଟ ମିସନ) ଲ୍ୟାମ୍ପର ସଭାପତି ଜମେଶ ଚନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଛି।

ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ଶିଶିର କାନ୍ତ ତ୍ରିପାଠୀ ସୂଚନା ଅନୁସାରେ ମଣ୍ଡି ଉଦଘାଟନର ପ୍ରଥମ ଦିନରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରିମାହା, ମାଲିକାପଡ଼ି ଓ ଗ୍ରେସିଙ୍ଗିଆ ପଞ୍ଚାୟତର ୧୩ ଜଣ ଚାଷୀଙ୍କଠାରୁ ୧ କ୍ବିଣ୍ଟାଲକୁ ୩୮୪୬ ଟଙ୍କା ଦରରେ ସମୁଦାୟ ୪.୫୫ କ୍ବିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଛି। ଉକ୍ତ ମାଣ୍ଡିଆ ମଣ୍ଡି ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଖୋଲା ରହିବ ଓ ସ୍ଥାନୀୟ ଚାଷୀଙ୍କଠାରୁ ମାଣ୍ଡିଆ କ୍ରୟ କରାଯିବ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ କୃଷି ବିଭାଗର କାଳୀ ଚରଣ ସାହୁ, ପ୍ରଧାନ ବାବୁ ଓ ଜନ ବିକାଶ ସଂଗଠନର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଲ୍ୟାମ୍ପ ଉପ ସଭାନେତ୍ରୀ ଶ୍ରୀମତୀ ଯଶୋଦା ପ୍ରଧାନ, ଡାଇରେକ୍ଟର  ଦ୍ୱିଜେନ୍ଦ୍ର ନାଥ ପ୍ରଧାନ, ଦିଲୀପ କୁମାର ବଳ,ଯୋଶିତ କୁମାର ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ମାଣ୍ଡିଆ ଚାଷିମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ରେ ଲ୍ୟାମ୍ପ କର୍ମଚାରୀ ପିତାମ୍ବର ସାହୁ, ରିଙ୍କୁ କୁମାର ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe