ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ବଞ୍ଚାଇଥିବା ୧୨ଜଣଙ୍କୁ ସମ୍ମାନିତ କଲା ଅସ୍ତରଙ୍ଗ ମିଳିତ ମଞ୍ଚ

Advertisment

କରାଗଲା ଅସ୍ତରଙ୍ଗ ବେଳାଭୂମିର ସଫେଇ

କରାଗଲା ଅସ୍ତରଙ୍ଗ ବେଳାଭୂମିର ସଫେଇ

ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ବଞ୍ଚାଇଥିବା ୧୨ଜଣଙ୍କୁ ସମ୍ମାନିତ କଲା ଅସ୍ତରଙ୍ଗ ମିଳିତ ମଞ୍ଚ

ଅସ୍ତରଙ୍ଗ: ମିଳିତ ମଞ୍ଚ ପକ୍ଷରୁ କରାଗଲା ଅସ୍ତରଙ୍ଗ ବେଳାଭୂମି ସଫେଇ। ଆବାହକ ଦିବାକର ଛାଟୋଇଙ୍କ ନେତୃତ୍ୱରେ ଆଜି ଅସ୍ତରଙ୍ଗ ବେଳାଭୂମିର ସଫେଇ କାମ କରାଯାଇଛି। ଏହି କାର୍ଯ୍ୟରେ ନୂଆଗଡ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ସ୍ୱାଇଁ ମିଳିତ ମଞ୍ଚର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ୧୫ଟି ପଞ୍ଚାୟତର ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ଏକାଠି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସକାଳ ୬ଟାରୁ ମିଳିତ ମଞ୍ଚର ସମସ୍ତ ନିର୍ବାଚିତ ପ୍ରତିନିଧି ବେଳାଭୂମିରେ ପହଞ୍ଚି ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବେଳାଭୂମିର ଚାରିଆଡେ ବିକ୍ଷିପ୍ତ ଭାବେ ପଡ଼ିଥିବା ପାଣି ବୋତଲ, ଛିଣ୍ଡା ଜାଲ, ସମୁଦ୍ର ଜୁଆରରେ ଭାସି କୂଳରେ ଲାଗିଥିବା ଆବାର୍ଜନାକୁ ଗୋଟାଇ ସଫା କରାଯାଇଥିଲ। ପ୍ରାୟ ଦୁଇ ଘଣ୍ଟା ଏହି ସଫେଇ କାର୍ଯ୍ୟ ପରେ ଏକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

publive-image

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଆରତୀ ନାୟକ ଓ ସମ୍ମାନିତ ଅତିଥି ଭାବେ ପୂର୍ବତ୍ତନ ଅଧକ୍ଷା ସସ୍ମିତା ଛାଟୋଇ ଯୋଗଦେଇଥିଲେ। ଏଥିରେ ଯୋଗ ଦେଇଥିବା ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଓ ବେଳାଭୂମି ପାଇଁ ଭଲ କାମ କରିଆସୁଥିବା ଯୁବକଙ୍କୁ ନେଇ ବେଳାଭୂମିର ସ୍ୱଚ୍ଛତା ଓ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକ ସଚେତନତା ଉପରେ ଆଲୋଚନା କରି ବିଭିନ୍ନ ମତାମତ ନିଆଯାଇଥିଲା। ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତେ ନିଷ୍ପତ୍ତି ନେଇଥିଲେ। ବେଳାଭୂମିର ସୁରକ୍ଷା, ଜୈବବିବିଧତା, ଜଙ୍ଗଲ ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ସୁରକ୍ଷା ଦିଗରେ ଚିନ୍ତା କରିବା ଓ ସାମୁଦ୍ରିକ ଅଘଟଣରୁ ଅନେକ ଯୁବକଙ୍କ ଜୀବନ ବଞ୍ଚାଇ ଦୁଃସାହାସିକ କାମ କରିଥିବା ବ୍ୟକ୍ତିବିଶେଷଙ୍କୁ ମିଳିତ ମଞ୍ଚ ପକ୍ଷରୁ ସାଧୁବାଦ ଜଣାଇବା ସମେତ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ମଧ୍ୟରେ ତିନିଜଣ ଯୁବ ପରିବେଶବିତ୍ ରହିଥିଲେ। ପ୍ରଧାନମନ୍ତ୍ରୀ ମନକି କି ବାତ୍ କାର୍ଯ୍ୟକ୍ରମରେ ପ୍ରଂଶସିତ ହୋଇଥିବା ରାହୁଲ ମହାରଣା, ମିଳିତ ଜାତିସଙ୍ଘ ପକ୍ଷରୁ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଉପରେ ହେବାକୁ ଥିବା ଆଲୋଚନା ଚକ୍ରରେ ସ୍ଥାନ ପାଇଥିବା ୧୭ଜଣ ଯୁବବର୍ଗ ମଧ୍ୟରେ ଥିବା ଗୁଣ୍ଡଳବାର ସୌମ୍ୟରଞ୍ଜନ ବିଶ୍ୱାଳ, ରାଜ୍ୟ ବନ୍ୟପ୍ରାଣୀ ବିଜୁପଟ୍ଟନାୟକ ପୁରସ୍କାରପ୍ରାପ୍ତ ବିଚିତ୍ରାନନ୍ଦ ବିଶ୍ୱାଳଙ୍କୁ ମାନପତ୍ର ସହ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା |

publive-image

ସେହିପରି ବେଳାଭୂମି ଅଘଟଣରୁ ଅନେକ ଜୀବନ ବଞ୍ଚାଇଥିବା ଗୁଣ୍ଡଳବା ମୌଜାର ପିଙ୍କୁ ନାୟକ, ବିଷ୍ଣୁ ବିଶ୍ୱାଳ, ବାପପୁଅ ଜଗବନ୍ଧୁ ବେହେରା ଓ କାର୍ତ୍ତିକ ବେହେରା, ବଳଭଦ୍ରପୁରର ଜଗଦୀପ୍ ଦାସ, ବିଶ୍ୱଜିତ ବିଶ୍ୱାଳ, ସାହାଜାନ ଅଲ୍ଲିସାହା, ଆଇଁଶିଣିଆର ସଂଗ୍ରାମ କୁମାର ବିଶ୍ୱାଳ ଓ ସୁବ୍ରତ ବିଶ୍ୱାଳ ପ୍ରମୁଖ ସଭାକାର୍ଯ୍ୟରେ ଯୋଗ ଦେଇ କିଭଳି ସେମାନେ ନିଜ ଜୀବନକୁ ବାଜି ଲଗାଇ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ତାହା ବର୍ଣ୍ଣନା କରିଥିଲେ। ଏଭଳି ଦୁଃସାହାସିକ କାର୍ଯ୍ୟ ପାଇଁ ଏମାନଙ୍କୁ ମିଳିତ ମଞ୍ଚ ପକ୍ଷରୁ ଧନ୍ୟବାଦ ଜଣାଇବା ସମେତ ଆଜି ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe