ଗଡ଼ିଲା ମିଲେଟସ ଶକ୍ତି ଭ୍ରାମ୍ୟମାଣ ଭ୍ୟାନ୍

Advertisment
ଗଡ଼ିଲା ମିଲେଟସ ଶକ୍ତି ଭ୍ରାମ୍ୟମାଣ ଭ୍ୟାନ୍

ବାରିପଦା: ଜିଲ୍ଲାରେ ବୃଦ୍ଧି ପାଉଛି ମାଣ୍ଡିଆ ଚାଷ ପ୍ରତି ଆଗ୍ରହ। ଓଡ଼ିଶା ମିଲେଟସ ମିଶନ ଅଧିନରେ ମୟୂରଭଞ୍ଜରେ ୩ହଜାର କୃଷକ ୨୫ଶହ ହେକ୍ଟର ଚାଷ ଜମିରେ ଉନ୍ନତ କୃଷି ପ୍ରଣାଳୀରେ ବିଭିନ୍ନ ପ୍ରକାରର ମାଣ୍ଡିଆ ଚାଷ କରିବା ସହିତ ଉତ୍ପାଦକତା ବୃଦ୍ଧି କରିବାରେ ସମର୍ଥ ହୋଇଛନ୍ତି । ଚଳିତ ଖରିଫ ଋତୁ ୨୦୨୦-୨୧ ରେ ଡିବିଟି ମାଧ୍ୟମରେ କୃଷକମାନଙ୍କୁ ପ୍ରୋତ୍ସାହନମୂଳକ ଅଧିକ ସହାୟତା ଲକ୍ଷ୍ୟ ପୁରଣ ହୋଇପାରିଛି ।

ମୋଟ ୨୦୦ କୃଷକ ଚଳିତ ଖରିଫ ଋତୁରେ ମାଣ୍ଡିଆ କ୍ରୟରେ ଅଂଶଗ୍ରହଣ ପାଇଁ ପଞ୍ଜିକୃତ କରିଛନ୍ତି। ମଣ୍ଡି ମାଧ୍ୟମରେ ୩୮୦୦ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରିବା ପାଇଁ ଯୋଜନା ହୋଇଛି । ଗତକାଲି ରାଜ୍ୟର ପ୍ରଥମ ମିଲେଟସ ଶକ୍ତି ଭ୍ରାମ୍ୟମାଣ ଭ୍ୟାନକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦଘାଟନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଜିଲ୍ଲା କୃଷି ବିଭାଗ ତତ୍ତ୍ବାବଧାନରେ କ୍ରେଫଡା ଯଶିପୁରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୈନନ୍ଦିନ ଜୀବନରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ ବ୍ୟବହାର କରିବାକୁ ଏହି ଅବସରରେ ପରାମର୍ଶ ଦିଆଯାଇଥିଲା। ଜିଲ୍ଲାର ବାଙ୍ଗିରିପୋଷି, ବିଶୋଇ ଏବଂ ଯଶିପୁର ଅଞ୍ଚଳରେ ମାଣ୍ଡିଆ ଚାଷ କରାଯାଉଛି।

ଡ଼ିଶା ମିଲେଟସ ମିଶନ ପ୍ରୋତ୍ସାହନରେ ଯଶିପୁର କୃଷକ ଉତ୍ପାଦନ କୋ ଲିମିଟେଡ ଦ୍ୱାରା ପରିଚାଳିତ ଏହି ମାଣ୍ଡିଆରୁ ପ୍ରସ୍ତୁତ ପୃଷ୍ଟିଯୁକ୍ତ ଖାଦ୍ୟର ବ୍ୟାପକ ବ୍ୟବହାର ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ସଂପ୍ରସାରିତ ବିକ୍ରୟ ୟୁନିଟ୍ ଖୋଲାଯିବ । ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉପଯୋଗ ଏବଂ ଜୀବିକା ବୃଦ୍ଧି କାର୍ଯ୍ୟକ୍ରମ, ଉଦ୍ଦେଶ୍ୟ ପାଇଁ ବାଙ୍ଗିରିପୋଷି, ବିଶୋଇ ଏବଂ ଯଶିପୁର ବ୍ଲକରେ ମିଶନ ଶକ୍ତି ସହଯୋଗରେ ୯ଟି ମିଲେଟ୍ସ ଶକ୍ତି ଟିଫିନ୍ ସେଣ୍ଟର/ କିଓସ୍କ ପ୍ରତିଷ୍ଠା କରାଯାଇଅଛି ।

ଉଦଘାଟନୀ କାର୍ଯ୍ୟକ୍ରମରେ ମିଲେଟସ ସହକାରୀ କୃଷି ଅଧିକାରୀ ସଏଲ କେମିଷ୍ଟ ମନୋଜ କୁମାର ଚାନ୍ଦ, ନୀଳମାଧବ ଦାସ ଓ ଅଶ୍ୱିନୀ କୁମାର ଦାସ, ମିଶନର ରାଜ୍ୟ ପରାମର୍ଶଦାତା ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୁସୂୟା ସାହୁ ପ୍ରମୁଖଙ୍କ ସମେତ ସମ୍ପୃକ୍ତ କ୍ଷେତ୍ର ଅଧିକାରୀ / କର୍ମଚାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe