କେନ୍ଦ୍ରାପଡ଼ା: ନିମ୍ବଗଛରୁ ବାହାରୁଛି କ୍ଷୀର, ଚର୍ଚ୍ଚା ହେଉଛି ଆର୍ବିଭୂତ ହେଲେ ଶ୍ରୀଜିଉ

Advertisment
କେନ୍ଦ୍ରାପଡ଼ା: ନିମ୍ବଗଛରୁ ବାହାରୁଛି କ୍ଷୀର, ଚର୍ଚ୍ଚା ହେଉଛି ଆର୍ବିଭୂତ ହେଲେ ଶ୍ରୀଜିଉ

କେନ୍ଦ୍ରାପଡ଼ା: ବିଜ୍ଞାନ ଯୁଗରେ ମଣିଷ ବାସ୍ତବିକତା ଉପରେ ବିଶ୍ୱାସ କରୁଥିଲେ ବି କିଛି ଲୋକଙ୍କ ମନରେ ଏବେ ବି ଅନ୍ଧବିଶ୍ୱାସ ରହିଛି। ଯାହାକୁ ଲୋକେ ଇଶ୍ୱରଙ୍କର କ୍ରିୟା ଭାବି ପୂଜା କରୁଛି। ତେବେ ନିକଟରେ କେନ୍ଦ୍ରାପଡା ଜିଲ୍ଲା ମହାକାଳ ପଡା ବ୍ଲକ ଅନ୍ତର୍ଗତ ,ପେଟଛେଲା ପଞ୍ଚାୟତର ଲୁଣି ମାଠିଆ ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ବାହାରୁଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଖୁବ୍‌ ହେଉଛି। ଏହାକୁ ଦେଖିବାକୁ ଲୋକଙ୍କର ଭିଡ ଜମୁଛି।

publive-image

ମିଳିଥିବା ସୂଚନା ଅନୁସାରେ ,ଗ୍ରାମର ସୁକୁଲ ମାଝିଙ୍କ ବଗିଚାରେ ଥିବା ଏକ ନିମ୍ବ ଗଛରୁ ଗତ ୬ ଦିନ ଧରି କ୍ଷୀର ଭଳି ଏକ ତରଳ ପଦାର୍ଥ ଝରିବାରେ ଲାଗିଥିବାର ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ଏହି ତରଳ ପଦାର୍ଥକୁ ମହା ଆନନ୍ଦରେ ଠାକୁରଙ୍କ ପାଦୁକା ଭାବି ଲୋକମାନେ ପାନ କରୁଛନ୍ତି । ଏହା ମିଠା ଲାଗୁଛି ବୋଲି ଲୋକେ କହୁଛନ୍ତି । ଭକ୍ତିରେ ଲୋକେ ଧୂପ ଦୀପ ଦେଇ ପୂଜା କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି।

publive-image

ଏହି ନିମ୍ବ ଗଛକୁ ପୂଜା କରୁଥିବା ପୂଜାରି କହନ୍ତି, ଏହା ଠାକୁରଙ୍କର ମହିମା ଅଟେ । କାରଣ ନିମ୍ବ ଗଛରୁ ଅଠା ବାହାରେ କିନ୍ତୁ ଏଠି କ୍ଷୀର ବାହାରୁଛି । ଏହି ନିମ୍ବଗଛର ପତ୍ର ମିଠା ବୋଲି ମଧ୍ୟ ଲୋକେ କହୁଛନ୍ତି । ସ୍ଥାନୀୟ ଲୋକେ ବିଶ୍ୱାସ କରୁଛନ୍ତି ଏଠାରେ ଜଗନ୍ନାଥ , ବଳଭଦ୍ର ବା ସୁଭଦ୍ରା କେହି ଜଣେ ଆର୍ବିଭାବ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe