ବଲାଙ୍ଗୀର ମିଲର୍ସଙ୍କ ଟାର୍ଗେଟ ସରିଲା; ନେବେ କୋରାପୁଟ ଜିଲ୍ଲା ମିଲର

Advertisment

କଟନି ଛଟନି, ମିଲରେ ଧାନ ପହଚାଂଇବା କୁ ନେଇ ନୂଆ ବିବାଦ ଆରମ୍ଭ

କଟନି ଛଟନି, ମିଲରେ ଧାନ ପହଚାଂଇବା କୁ ନେଇ ନୂଆ ବିବାଦ ଆରମ୍ଭ

ବଲାଙ୍ଗୀର ମିଲର୍ସଙ୍କ ଟାର୍ଗେଟ ସରିଲା; ନେବେ କୋରାପୁଟ ଜିଲ୍ଲା ମିଲର

Sambad

ଜୟପୁର: ଗତ ୨୮ତାରିଖରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ୨୭ଟି ବଲାଙ୍ଗୀର ମିଲର୍ସଙ୍କ ଧାନ ନେବା ଟାର୍ଗେଟ ସରିଛି। ଅନ୍ୟ ପକ୍ଷରେ ଏବେ ସ୍ଥାନୀୟ ମିଲର୍ସ ମାନେ ଧାନ ନେବେ। ଏଥି ପାଇଁ ପ୍ରସ୍ତୁତି ସରିଲାଣି। ସ୍ଥାନୀୟ ମିଲର୍ସ ମାନେ ସିଧାସଳଖ କୁଇଣ୍ଟାଲ ପିଛା ୭କିଲୋ କଟନିଛଟନିରେ କାଟିବାକୁ କହିବା ସହ ସିଧାସଳଖ ମିଲରେ ଧାନ ପହଚାଂଇବାକୁ କହୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ପର୍ଯ୍ୟାପ୍ତ ପରିମାଣର ଟ୍ରକ ମିଳୁନଥିବା, ଟୋକେନ୍ ଅବଧି ସମୟ ସରିବା ଭଳି ବିବାଦ ଯୋଗୁଁ ସାମାନ୍ୟ ସମସ୍ୟା ଉପୁଜିଛି ବୋଲି କହିଛନ୍ତି ଜିଲ୍ଲା ସମବାୟ ଉପନିବନ୍ଧକ (ଡିଆରସିଏସ୍) ସିଏଚ୍ ଭବାନୀ ପ୍ରସାଦ। ଏବେ ସ୍ଥାନୀୟ ମିଲର୍ସଙ୍କୁ ନେବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ମଣ୍ଡି ୱାରୀ ବିତରଣ କରିଛି ବୋଲି କହିଛନ୍ତି ଡିଆରସିଏସ୍। ୨୫୦ଟ୍ରକ ଭଡ଼ା ନଥାଇ ଦୀର୍ଘ ୨ମାସ ହେବ ଠିଆ ହୋଇ ରହିଛି। ଆମକୁ ଯେତିକି ଗାଡ଼ି ପାଇଁ ପ୍ରଶାସନ ପକ୍ଷରୁ ରିକ୍ୟୁଜେସନ୍ ଦିଆଯାଉଛି ସେତିକି ଗାଡ଼ି ପଠାଯାଉଥିଲା ବୋଲି କହିଛନ୍ତି ଜୟପୁର ଟ୍ରକ ମାଲିକ ସଂଘ ସଭାପତି ବାବୁଲା ନାୟକ। ପ୍ରଶାସନ ଆମକୁ ରିକ୍ୟୁଜେସନ୍ ଦେଉଥିବା ବେଳେ କେଉଁ ମଣ୍ଡିକୁ କେତେ ଟ୍ରକ ଯିବ ଏହାର କିଛି ଚିଠି ମିଳୁନି।

ଅନ୍ୟପକ୍ଷରେ ଟିପି (ଟ୍ରାନସଫୋର୍ଟ ପରମିଟ୍) ମଧ୍ୟ ଠିକଣା ଭାବେ ଦେଉ ନାହାଁନ୍ତି। ସଂପ୍ରତି ଡିଜେଲ ଦର , ଲୋଡିଂ ଓ ଅନଲୋଡିଂରେ ସମସ୍ୟା ପରେ ବି ଆମେ ପର୍ଯ୍ୟାପ୍ତ ପରିମାଣର ଗାଡ଼ି ଯୋଗାଇଛୁ। ଆମ ଉପରେ ଦୋଷ ଲଦିବା ବଦଳରେ କିଭଳି ଆମ ନିକଟରେ ଥିବା ସବୁ ଟ୍ରକକୁ ଉପଯୋଗ କରିଥିଲେ କୌଣସି ସମସ୍ୟା ହୁଅନ୍ତା ନାହିଁ ବୋଲି କହିଛନ୍ତି ଜୟପୁର ଟ୍ରକ ମାଲିକ ସଂଘ ସଭାପତି ଶ୍ରୀ ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe