ଡୁଡୁକା: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ବୁଦୁଲା ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଅଭିଯୁକ୍ତ ରେଙ୍ଗାଲି ଗାଁର ରାଜେନ୍ଦ୍ର ସେଠ(୩୧ବର୍ଷ)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ପୀଡ଼ିତାଙ୍କ ପରିବାର ଲୋକେ କୌଣସି କାମରେ ବାହାରକୁ ଯାଇଥିଲେ। ପୀଡ଼ିତା ଘରେ ଏକାକୀ ଥିବା ସୁଯୋଗ ନେଇ ଅଭିଯୁକ୍ତ ରାଜେନ୍ଦ୍ର ତାଙ୍କୁ ଦୁଷ୍କର୍ମ କରିଥିଲା। ଏହି କଥା କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। କିନ୍ତୁ, ପୀଡ଼ିତା ତାଙ୍କ ମା’ଙ୍କୁ ଏ ବିଷୟ କହିବା ପରେ ଶୁକ୍ରବାର ପୀଡ଼ିତା ଆଗଲପୁର ଫାଣ୍ଡିରେ ପହଞ୍ଚି ରାଜେନ୍ଦ୍ର ବିରୋଧରେ ଏତଲା ଦେଇଥିଲେ। ମାମଲା ରୁଜୁ କରି ଆଗଲପୁର ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଦ୍ଧା ଅଭିଯୁକ୍ତ ରାଜେନ୍ଦ୍ରକୁ ଗିରଫ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us