Sambad
କୋରାପୁଟ: ପୁଣି ଚର୍ଚ୍ଚାକୁ ଆସିଛି ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ। ଏହି ଆଦିବାସୀ ପଛୁଆ ଜିଲ୍ଲାର ବିକାଶ କରିବାକୁ ଆଗକୁ ଆସିଛନ୍ତି ଜଣେ ପାଠ ପଢୁଆ ଉଚ୍ଚଶିକ୍ଷିତ ଝିଅ। ପଛୁଆ ଜିଲ୍ଲାର ନାଁ ରଖିବାକୁ ଯାଉଛନ୍ତି ଆଗୁଆ ଝିଅ ମିନାକ୍ଷୀ ତାଡିଙ୍ଗୀ। କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ଅଞ୍ଚଳରେ ବିକାଶର ଡୋରିକୁ ଯୋଡିବାକୁ ସେ ପଣ କରିଛନ୍ତି। ମଦମୁକ୍ତି, ନାରୀଶିକ୍ଷା, କୁପ୍ରଥା ଓ ଅନ୍ଧବିଶ୍ବାସକୁ କାଟି ସେ ଆଜି ନାରାୟଣାପଟଣା ଜିଲ୍ଲା ପରିଷଦ ଆସନ ପାଇଁ ନାମାଙ୍କନ ପତ୍ର କରିଛନ୍ତି। ନାରାୟଣପାଟଣା ପରି ଅପହଞ୍ଚି ବ୍ଲକରେ ଶିକ୍ଷାର ଦୀପ ଶିଖା ସାଜି ସେ କରିବେ ବିକାଶ। ଏଥି ପାଇଁ ସେ କୋରାପୁଟ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦେଇଛନ୍ତି। ନାରାୟଣପାଟଣାରେ ଉଚ୍ଚଶିକ୍ଷା କଲେଜ ନ ଥିବାରୁ ପଢୋଶୀ ବ୍ଲକ ପାଠ ପଡ଼ିଲେ। ଚାକିରିଟିଏ ପାଇବ ବୋଲି ବିଭିନ୍ନ ଚାକରି ପାଇଁ ଚେଷ୍ଟା କଲେ। କିନ୍ତୁ ଚାକିରି ଟିଏ ପାଇ ନଥିବାରୁ ଶେଷରେ ରାଜନୀତିରେ ଯୋଗଦେଲେ। ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିବା ନାରାୟଣପାଟଣାର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ମିନାକ୍ଷୀ ତାଡିଙ୍ଗୀଙ୍କ କ୍ଷେତ୍ରରେ। ନାରାୟଣପାଟଣା ଜିଲ୍ଲାପରିଷଦ ସିଟ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ ମିନକ୍ଷୀ ତାଡିଙ୍ଗି। ମିନାକ୍ଷୀ ୨୦୧୭ ରେ ଦଶମନ୍ତପୁର କଲେଜରେ ସ୍ନାତକ ଶେଷ କରିଥିଲେ।
ମିନାକ୍ଷୀ ଅନୁସୂଚିତ ଜନଜାତି ଶ୍ରେଣୀର ହେଇଥିବାରୁ ସରକାରୀ ଚାକିରିଟିଏ ପାଇବା ପାଇଁ ବହୁବାର ଚେଷ୍ଟା କରିଥିଲେ। ଏପରିକି ସେ ବିଭିନ୍ନ ଏକାଧିକବାର ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇଥିଲେ। କିନ୍ତୁ ପରୀକ୍ଷାରେ ସଫଳତା ନ ପାଇବାରୁ ଶେଷ ରେ ରାଜନୀତିରେ ଯୋଗଦେଇଛନ୍ତି। ମିନାକ୍ଷୀଙ୍କ କହିବାନୁଯାୟୀ, ସେ ୨୦୧୭ ରୁ ୨୦୨୧ ମଧରେ ବିଭିନ୍ନ ଗାଁଗାଁ ବୁଲି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରୁଥିଲେ। ଏପରିକି ନାରାୟଣପାଟଣା ଅଞ୍ଚଳ ଆଦିବାସୀ ଓ ଅଶିକ୍ଷିତ ଅଞ୍ଚଳ ହେଇଥିବାରୁ ଲୋକ ମାନେ ବିଭିନ୍ନ ଯୋଜନା ସମର୍କରେ ଅବଗତ ନାହାଁନ୍ତି। ତେଣୁ ସେ ଚାକିରିରୁ ନିରାଶ ହେବା ପରେ ସେ ରାଜନୀତି ରେ ପାଦ ଦେଇଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ଆସନରେ ପୂର୍ବରୁ ଲିଙ୍ଗା ନାଚିକା ଓ ରବି ନାଚିକା ନାମାଙ୍କନ ପତ୍ର ଦାଖଲ କରିଥିବାରୁ ମଇଦାନ ତାଙ୍କ ପାଇଁ କଷ୍ଟସାଧ୍ୟ ହେବ।
Follow Us