ଖୋର୍ଦ୍ଧା: ୩୮ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ ଅବସରରେ ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ଓ ଦୃଷ୍ଟି ଦାନ ଭଣ୍ଡାର ପକ୍ଷରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସକାଳ ସାଢ଼େ ୭ଟାରେ ଖୋର୍ଦ୍ଧା ଷ୍ଟାଡିଅମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ଦୌଡ଼ାଳୀମାନେ ଷ୍ଟାଡିଅମରୁ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ବିଭାଗ ନିକଟରେ ପହଞ୍ଚିଥିଲେ। ସେଠାରେ ସାମୟିକ ବିଶ୍ରାମ ପରେ ପୁଣି ଷ୍ଟାଡିଅମକୁ ଫେରିଥିଲେ। ଚକ୍ଷୁ ବିଶେଷଜ୍ଞ ଡା ଅଜୟ କୁମାର ସିଂହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇକହିଛନ୍ତି ଯେ ଅନ୍ଧତ୍ବର କାରଣ ଓ ନିରାକରଣ ଏବଂ ଏହାର ଦୂରୀକରଣ ପାଇଁ ଜନସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଚେତାଇବାକୁ ଓ ଲୋକଙ୍କ ମଧ୍ୟରେ ଚକ୍ଷୁ ଦାନ ସମ୍ପର୍କରେ ସଚେତନ କରିବାକୁ ଏହି ମାରାଥନର ଆୟୋଜନ କରାଯାଇଥିଲା। ଏହି ଦୌଡ଼ରେ ଖୋର୍ଦ୍ଧାର କ୍ରୀଡ଼ାପ୍ରେମୀ, କ୍ଲବ ମୋର୍ନିଂ ଷ୍ଟାରର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁଦାନ ପରାମର୍ଶଦାତା ମନୋରଞ୍ଜନ ପଟ୍ଟନାୟକ, ସରୋଜ କୁମାର ମହାପାତ୍ର ଓ ଚକ୍ଷୁଦାନ ଭଣ୍ଡାରର କମର୍ଚାରୀମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us