ମିନି ମାରାଥନରୁ ଆରମ୍ଭ ହେଲା ଚଇତି କ୍ରୀଡ଼ା ମହୋତ୍ସବ; ଦୌଡ଼ିଲା ରାୟଗଡ଼ା

Advertisment
ମିନି ମାରାଥନରୁ ଆରମ୍ଭ ହେଲା ଚଇତି କ୍ରୀଡ଼ା ମହୋତ୍ସବ; ଦୌଡ଼ିଲା ରାୟଗଡ଼ା

ରାୟଗଡ଼ା: ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୩ ’ ପାଳନ ଉପଲେକ୍ଷ ରବିବାର ଠାରୁ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ। ଚଇତି ପାଳନ କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ସ୍ଵଧାଦେବ ସିଂ ଓ ଚଇତି କ୍ରୀଡା ମହୋତ୍ସବ ଅଧ୍ୟକ୍ଷ ତଥା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଚଇତି ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସ୍ଥାନୀୟ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରୁ ଅନୁଷ୍ଠିତ ଚଇତି କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଅତିଥି ଭାବେ ଯୋଗ ଦେଇ କ୍ରୀଡା ମହୋତ୍ସବର ପ୍ରଥମ ପ୍ରତିଯୋଗିତା ଭାବେ ମିନି ମାରାଥନ ପ୍ରତିଯୋଗିତାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଜିଲ୍ଳା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର, ଜଳ ବିଭୀଜିକା ମିସନ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଦୟାନିଧି ବାଗ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ହାଡିବନ୍ଧୁ ଭୋଇ, ଜିଲ୍ଲା ନିୟୋଜନ ଅଧିକାରୀ ତତ୍ୱମସି ମହାପାତ୍ର,ପୋଲିସ ଏସଡିପିଓ ରଶ୍ମି ରଞ୍ଜନ ସେନାପତି, ଥାନା ଅଧିକାରୀ କେକେବିକେ କହଁର, ପୁଲିସ ଆରଆଇ କୈବର୍ତ୍ତ ଦେହୁରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

publive-image

ଏହି ପ୍ରତିଯୋଗିତାଗୁଡିକ ମାଧ୍ୟମରେ ଜିଲ୍ଳାବାସୀଙ୍କ ମଧ୍ୟରେ ସୁଦୃଢ ସଂପର୍କ ଗଢି ଉଠିବା ସହ ଚଇତି ମହୋତ୍ସବରେ ସେମାନଙ୍କୁ ପୁରସ୍କୃତ କରାଯିବାର ସୁନ୍ଦର ବ୍ୟବସ୍ଥା ରହିଥିବାରୁ ସମସ୍ତ ଜିଲ୍ଳାବାସୀ ଏହି ଚଇତି ମହୋତ୍ସବରେ ସାମିଲ ହେବା ପାଇଁ ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ। ରିଲାଏନ୍ସ ପମ୍ପ ନିକଟରୁ ହାଲୁଆ ତୋଟା ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ଯାଏଁ ପୁରୁଷ ଓ ମହିଳା ବର୍ଗରେ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା।ଏଥିରେ ଶତାଧିକ ପ୍ରତିଯୋଗୀ ନିଜ ନାମ ପଞ୍ଜିକୃତ କରି ମିନି ମାରାଥନରେ ସାମିଲ ହୋଇଥିଲେ। ଉଭୟ ବର୍ଗରେ ପ୍ରଥମରୁ ଦଶମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରୁଷ ବର୍ଗରେ ବିଡ଼ିକା ସିଧୁ ପ୍ରଥମ, ଦ୍ଵିତୀୟରେ ଘାସିରାମ ବରାଳ ଓ ତୃତୀୟ ସ୍ଥାନରେ ଈଶ୍ୱର ହିକକା ରହିଥିବା ବେଳେ ମହିଳା ବର୍ଗରେ ପ୍ରଥମ ସ୍ଥାନରେ ମାଳନ୍ତି ମାଝୀ, ଦ୍ଵିତୀୟରେ ସ୍ୱପ୍ନା ହିକକା ଓ ବିଦ୍ୟୁତପ୍ରଭା ତୁରୁକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀକୁ ୫ହଜାର, ୩ ହଜାର ଓ ୨ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୭ଜଣ ପ୍ରତିଯୋଗୀଙ୍କୁ ୫ଶହ ଟଙ୍କା ଲେଖାଏଁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ଆଜି ଅପରାହ୍ନରୁ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆସନ୍ତା ୧୯ ତାରିଖ ଯାଏଁ ପୁରୁଷ ବର୍ଗରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ।ସେହିପରି ଆସନ୍ତାକାଲି ୧୮ତାରିଖରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପଡିଆରେ ୩୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ଥିବା ମହିଳା ଏବଂ କିନ୍ନରମାନଙ୍କ କବାଡ଼ି ସହ ବାଳିକା ବର୍ଗରେ ଧୀର ସାଇକେଲ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ।ଉକ୍ତ ଦିନ ସ୍ଥାନୀୟ ୟୁଜିଏମଆଇଟି ପରିସରରେ "ଚଇତି ଶ୍ରୀ" ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ହେବାକୁ ଥିବା ବେଳେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ବାଳକ ଓ ବାଳିକା ବର୍ଗରେ କବାଡି ପ୍ରତିଯୋଗିତା ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସେହିପରି ୧୮ ଓ ୧୯ ତାରିଖରେ ଇଣ୍ଡୋର ଷ୍ଟାଡିୟମରେ ବାଳକ,ବାଳିକା ଓ ମହିଳା ଓ ପୁରୁଷ ବର୍ଗରେ ବ୍ୟାଡମିଂଟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ୧୯ ତାରିଖ ସକାଳେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଦିବ୍ୟାଙ୍ଗଙ୍କ ମଧ୍ୟରେ ଟ୍ରାଇ ସାଇକେଲ୍ ପ୍ରତିଯୋଗିତା ଓ ଅପରାହ୍ନରେ ସଦଭାବନା ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ମହିଳା ଓ ପୁରୁଷ ବର୍ଗରେ ବାସ୍କେଟ ବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। କ୍ରୀଡା ମହୋତ୍ସବର ଶେଷ ଦିନ ୨୦ ତାରିଖ ସକାଳେ ସ୍ଥାନୀୟ କୋରାପୁଟ ଛକ ଠାରେ ବରିଷ୍ଠ ନାଗରିକ ଉଭୟ ମହିଳା ଓ ପୁରୁଷଙ୍କୁ ନେଇ ପାଦଚଲା ପ୍ରତିଯୋଗିତା ଏବଂ ଅପରାହ୍ନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାଳକ ଓ ବାଳିକା କବାଡି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବଯସିଭିଲ୍ ସୋସାଇଟି, ଗଣମାଧ୍ୟମ ଏବଂ ଓକିଲ ସଂଘ ମଧ୍ୟରେ ରଶି ଟଣା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଚଇତି କ୍ରୀଡା ମହୋତ୍ସବ କମିଟି ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe