ମିନିଟ୍ରକ ଧକ୍କାରେ ୧ ମୃତ, ଜଣେ ଗୁରୁତର

Advertisment
ମିନିଟ୍ରକ ଧକ୍କାରେ ୧ ମୃତ, ଜଣେ ଗୁରୁତର

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ରେଙ୍ଗାଲି ଥାନା ସରକାରୀ ଡାକ୍ତରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଏକ ୪୦୭ (ମିନି ଟ୍ରକ) ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ବୁଧବାର ସନ୍ଧ୍ୟା ୫ଟା ସମୟରେ ରେଙ୍ଗାଲି ସମଲେଇ ପଡା ନିବାସୀ ବଳରାମ ପଶାୟତ (୨୨) ଏବଂ ସମ୍ବଲପୁର ସିନ୍ଦୁରପଙ୍କ ନିବାସୀ ନୀଳମାଧବ ନାଥ (୨୫) ବାଇକ (ଓଆର-୧୫-ପି-୬୨୬୨) ଯୋଗେ ଯାଉଥିବା ସମୟରେ ବିପରୀତ ଦିଗରୁ ମିନି ଟ୍ରକ (ଓଆର-୧୫-ଜି-୭୯୭୭) ସହ ଧକ୍କା ହୋଇଥିଲା। ବୁର୍ଲା ମେଡିକାଲରେ ବଳରାମଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ନୀଳମାଧବ ଗୁରୁତର ଅଛନ୍ତି। ରେଂଗାଲି ପୁଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଏକ ଦୁର୍ଘଟଣା ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe