ମୂଲ୍ୟବାନ କାଠ ବୋଝେଇ ମିନିଟ୍ରକ୍‌ ଜବତ, କାଠ ମାଫିଆ ଓ ଚାଳକ ଫେରାର

Advertisment
ମୂଲ୍ୟବାନ କାଠ ବୋଝେଇ ମିନିଟ୍ରକ୍‌ ଜବତ, କାଠ ମାଫିଆ ଓ ଚାଳକ ଫେରାର

ମୁରିବାହାଲ/ଟିକ୍ରାପଡ଼ା: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଜଏଁତରା ଫରେଷ୍ଟ ବିଟ୍‌ ଅଞ୍ଚଳରୁ ବୁଧବାର ଏକ କାଠ ବୋଝେଇ ମିନିଟ୍ରକ୍‌କୁ ଜବତ କରାଯାଇଛି। ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ହେଲେ କାଠ ମାଫିଆ ଓ ମିନିଟ୍ରକ୍‌ର ଚାଳକ କୌଶଳ କ୍ରମେ ଫେରାର୍‌ ହୋଇଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ ବେଆଇନ ଭାବେ କାଠ ଚାଲାର ସଂପର୍କରେ ଖବର ପାଇ ଅନ୍ତର୍ଲା-ଟିକ୍ରାପଡ଼ା ଲାନ୍ଥ ନଦୀ ପୋଲ ଅପର ପାର୍ଶ୍ୱରେ ବୁଧବାର ଭୋର୍‌ରେ ବନ ବିଭାଗ ଚଢ଼ଉ କରିଥିଲା। ମିନିଟ୍ରକ୍‌ (ଏମ୍‌ପି ୩୭ ଜିଏ ୧୪୬୦)ରେ ମୂଲ୍ୟବାନ ଖଇର କାଠ ବାହାର ଅଞ୍ଚଳକୁ ଚାଲାଣ ହେଉଥିଲା।

ବନ କର୍ମଚାରୀଙ୍କୁ ଦେଖି କାଠ ମାଫିଆ ଓ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଜବତ ମିନିଟ୍ରକ୍‌ ଓ କାଠକୁ ରେଞ୍ଜ ଅଫିସକୁ ଅଣାଯାଇଥିଲା। ଜବତ ୨ଶହରୁ ଅଧିକ କାଠଗଣ୍ଡିର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ମୁରିବାହାଲ ରେଞ୍ଜର ନୀଳାନ୍ଦ୍ରି ଭୋଇଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ ଫରେଷ୍ଟର କାମେଶ ତାଣ୍ଡି, ଜଏଁତରା ଫରେଷ୍ଟର ଧ୍ରୁବଚରଣ ବଗର୍ତ୍ତି, ଗୁଲମୀ ଫରେଷ୍ଟର ପ୍ରଫୁଲ୍ଲ ଜେନା, ଗୁଡ଼ିଘାଟ ଫରେଷ୍ଟର ଆଦିତ୍ୟ ନନ୍ଦ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe