ଖଣିଜ ଟ୍ରକ କବଜାରେ କୋଇଡା ଜୀବନ ରେଖା, ଅଘୋଷିତ କର୍ଫ୍ୟୁ ଲାଗିଲା ଭଳି ପରିସ୍ଥିତି

Advertisment

ସବୁ ଦିଗରୁ ରାସ୍ତା ଜାମ୍ ,ରାସ୍ତା ପାଲଟିଛି ପାର୍କିଂ

ସବୁ ଦିଗରୁ ରାସ୍ତା ଜାମ୍ ,ରାସ୍ତା ପାଲଟିଛି ପାର୍କିଂ

ଖଣିଜ ଟ୍ରକ କବଜାରେ କୋଇଡା ଜୀବନ ରେଖା, ଅଘୋଷିତ କର୍ଫ୍ୟୁ ଲାଗିଲା ଭଳି ପରିସ୍ଥିତି

କୋଇଡା (ସୁନ୍ଦରଗଡ଼): ଖଣି ଖାଦାନ ଭରା କୋଇଡା ଅଂଚଳରେ ରାସ୍ତା ଜାମ କିଛି ନୂଆ କଥା ନୁହେଁ । ଏହି ଅଞ୍ଚଳର ରାଜରାସ୍ତାରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ରାସ୍ତା ଜାମ ସମସ୍ୟା ସମନାକୁ ଆସିଥାଏ । ଏମିତିକି ଅତୀତରେ ରାସ୍ତା ଜାମ୍‌ରେ ରୋଗୀଙ୍କ ମୃତ୍ୟବରଣ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଫେରିଯିବା ଘଟଣା ଇତିହାସ ଏହାର ମୂକସାକ୍ଷୀ । କୋଇଡାବାସୀ ଯେମିତି ଅଘୋଷିତ କର୍ଫ୍ୟୁ ଲାଗିଲା ପରି ଦୈନଦିନ ଜୀବନ ଅତିବାହିତ କରୁଛନ୍ତି । ରାତି ପାହିଲେ ଖଣିଜ ପରିବହନ ପାଇଁ ରାଜ୍ୟ ଏବଂ ଜିଲ୍ଲା ବାହାରୁ ଛୁଟି ଆସନ୍ତି ହଜାର ହଜାର ମାଲବାହୀ ଟ୍ରକ । ଏପଟେ ବହୁ ଖଣି ବନ୍ଦ ହେବା ଫଳରେ ଯେଉଁ ଖଣି ଚାଲିଛି ସେଥିରୁ ଖଣିଜ ପରିବହନ ପାଇଁ ଟ୍ରକ ଟିପର ରାସ୍ତା ପାର୍କିଙ୍ଗ କରି ରାସ୍ତାରେ ଭୟଙ୍କର ଜାମ ସୃଷ୍ଟି କରୁଛନ୍ତି । ହଜାର ହଜାର ଲୌହ ପଥର ବୋଝେଇ ଟ୍ରକ ସମେତ ଚାରିଚକିଆ, ବାଇକ, ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଧରି ଜାମରେ ଫସି ରହୁଛି । ରାସ୍ତାରେ ପାର୍କିଙ୍ଗ, ଭୁଲ୍ ପାର୍ଶ୍ଵରେ ସହିତ ଡବଲ ଲାଇନ ପାର୍କିଙ୍ଗ ଓ ତା ସାଙ୍ଗକୁ ଶହ ଶହ ଟ୍ରକ ତେଲ ଟାଙ୍କିରେ ତେଲ ଭରିବା ପାଇଁ ଲମ୍ବା ଲାଇନ୍ ଜାମର ମୁଖ୍ୟ କାରଣ ପାଲଟିଛି । ସ୍ଥାନୀୟ ପୋଲିସ ଓ ସ୍ୱେଚ୍ଛାସେବୀମାନେ ଘଟଣା ସ୍ଥଳରେ ପହଞ୍ଚି ବହୁଥର ଜାମ ହଟେଇବା ପାଇଁ ଭରପୂର ଚେଷ୍ଟା ଜାରି ରଖୁଥିଲେ ହେଁ କିଛି ଫାଇଦା ମିଳୁନାହିଁ।

publive-image

ଗୋଟିଏ ପଟେ କୋଇଡା- କାଲଟା ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ଥିବା ବେଳେ ଅନେକ ଗାଡି କୋଇଡା- ଟେନସା - କଲେଇପୋଷ ରାସ୍ତା ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ପାରାଦ୍ଵୀପ , ଗୋପାଳପୁର ଓ ଭାଇଜାଗ ଓ ରାୟପୁରକୁ ବହୁ ମାତ୍ରାରେ ଲୌହ ପରିବହନ ହେଉଥୁବାରୁ ସବୁ ଗାଡି ଭଦ୍ରାସାହି ବିଲେଇପଦା - କେନ୍ଦୁଝର ଯିବାକୁ ଥିବାବେଳେ ରାସ୍ତା ଜାମ ଓ ଟୋଲ ବଞ୍ଚାଇବ ପାଇଁ ଟ୍ରକଗୁଡିକ କୋଇଡା- ଟେନସା ରାସ୍ତାକୁ ଆପଣାଇଛନ୍ତି ।

ହେଲେ ଘାଟି ରାସ୍ତା ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଗାଡ଼ି ଘାଟି ଚଢି ନପାରି ସବୁବେଳେ ବ୍ରେକଡାଉନ୍ ହେଉ ଅଛି ଓ ଫଳସ୍ଵରୂପ ଲାଗୁଛି ଭୟଙ୍କର ଜାମ । ତଥାପି ସବୁ ବିଭାଗ ଚୁପ୍ ! ପ୍ରତ୍ୟେକ ଦିନ କୋଇଡାରୁ ରାଜଧାନୀ ପାଇଁ ଚାଲୁଥିବା ରାତ୍ରୀ ବସ୍ ସକାଳୁ ପହଞ୍ଚିବା ପରିବର୍ତ୍ତେ ଅପରାହ୍ନରେ ପହଞ୍ଚୁଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ରାସ୍ତାର ଜାମ ସମସ୍ୟା ଦୂର ନକଲେ ପୁନର୍ବାର ଆମ୍ବୁଲାନ୍ସ ଅଟକି ରହି ଅତୀତର ରୋଗୀ ମୃତ୍ୟୁ ଘଟଣା ପୁନରବୃତ୍ତି ହେବା ସହ ସ୍ଥିତି ଅସମ୍ଭାଳ ହେବ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe