ବନବିଭାଗ ପକ୍ଷରୁ ମନ୍ତ୍ରୀ ଜଗନ୍ନାଥ ସରକାଙ୍କୁ ଅସମ୍ମାନ!

ବନବିଭାଗ ପକ୍ଷରୁ ମନ୍ତ୍ରୀ ଜଗନ୍ନାଥ ସରକାଙ୍କୁ ଅସମ୍ମାନ!

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ସ୍ଥିତ ବେଲଘରରେ ଥିବା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯାଳୟ କୋଠା ଉଦଘାଟନକୁ ଆସିଥିଲା ବେଳେ ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସରକାଙ୍କୁ ବନବିଭାଗ ପକ୍ଷରୁ ଅସମ୍ମାନ କରାଯାଇଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଠାରେ ଥିବା ପ୍ରକୃତି ଶିବିରରେ ରହିବା ପାଇଁ ଅନୁମତି ଦେଲାନି ବନବିଭାଗର ସ୍ଥାନୀୟ କର୍ମଚାରୀମାନେ।

ଘଟଣାରୁ ପ୍ରକାଶ ଯେ ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ କନ୍ଧମାଳ ଜିଲ୍ଲା ବେଲଘର ଠାରେ ପହଞ୍ଚି ଥିଲେ। ମନ୍ତ୍ରୀଙ୍କ ସହ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କ ସହ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କୁ ବେଲଘରଠାରେ ଥିବା କାଠ ବଙ୍ଗଳାରେ ଫ୍ରେଶ ହେବା ପାଇଁ ଯାଇଥିବା ବେଳେ ବନ ବିଭାଗ କର୍ମଚାରୀମାନେ ବଙ୍ଗଳା ଖୋଲି ନଥିଲେ। ଦଳୀୟ କର୍ମୀଙ୍କ ଅନୁରୋଧ ସତ୍ୱେ ମଧ୍ୟ ବନ ବିଭାଗ ତାଲା ପକାଇ ରଖିଥିଲେ। ପରେ ସ୍ଥାନୀୟ ଦଳୀୟ କର୍ମୀମାନେ କାଠ ବଙ୍ଗଳାରେ ପହଞ୍ଚିବା ବେଳକୁ ବନବିଭାଗର ସ୍ଥାନୀୟ କର୍ମଚାରୀମାନେ ମନ୍ତ୍ରୀଙ୍କୁ ଭିତରକୁ ଯିବାପାଇଁ ଅନୁମତି ଦେଲେନାହିଁ କି ମୁଖ୍ୟ ଫଟକର ତାଲା ମଧ୍ୟ ଖୋଲିଲେ ନାହିଁ। ଉକ୍ତ ବଙ୍ଗଳା ସମ୍ମୁଖରେ ସ୍ଥାନୀୟ ନେତା ଓ ବିଜେଡ଼ି କର୍ମୀମାନେ ଉତ୍ୟକ୍ତ ହୋଇ ରେଞ୍ଜ ଅଫିସ ଘେରାଉ କରିବା ସହ ରେଞ୍ଜର ମନୋରଞ୍ଜନ ବାଘକୁ ତାଲା ପକାଇ ଘେରାଉ କରି ପ୍ରତିବାଦ କରିଥିଲେ। ମନ୍ତ୍ରୀଙ୍କୁ ଏହା ଅପମାନ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ବାଲିଗୁଡ଼ା ଡିଏଫଓ ବିଶ୍ୱନାଥ ନୀଳନବର ଫୋନ ଯୋଗେ ପତିକ୍ରିୟା ଦେଇ କହିଛନ୍ତି, ମନ୍ତ୍ରୀ ବେଲଘର କାଠ ବଙ୍ଗଳାକୁ ଆସିଥିଲେ କିନ୍ତୁ ବଙ୍ଗଳା ଖୋଲିବା ସମୟରେ କିଛି ସମୟ ବିଳମ୍ବହୋଇ ଥିଲା। କିନ୍ତୁ ପରେ ବଙ୍ଗଳା ରେ ମନ୍ତ୍ରୀ ଫ୍ରେଶ ହୋଇବା ସହ ଖାଇ ଥିଲେ। ତାଲା ଖୋଲି ବା ବିଳମ୍ବକୁ ନେଇ କର୍ମୀମାନେ ପତିକ୍ରିୟା ପ୍ରକାଶ କରିଥିଲେ। ଏହି ଅଭିଯୋଗ ପରେ ଫୋରେଷ୍ଟର ଗିରିଶ ଚନ୍ଦ୍ର ସାହୁଙ୍କୁ ହେଡକ୍ୱାର୍ଟରକୁ ବଦଳି କରାଯାଇଛି। ମନ୍ତ୍ରୀଙ୍କ ସହ ଯୋଗାଯୋଗ ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe