ମତ୍ସ୍ୟଚାଷର ବିକାଶ ମୁଣ୍ଡପିଛା ଆୟ ବୃଦ୍ଧିର ବିକଳ୍ପ ଉତ୍ସ: କେନ୍ଦ୍ରମନ୍ତ୍ରୀ

Advertisment

ସିଫାରେ ଜଳକୃଷି ଗବେଷଣା କାର୍ୟ୍ୟର ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ସିଫାରେ ଜଳକୃଷି ଗବେଷଣା କାର୍ୟ୍ୟର ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ମତ୍ସ୍ୟଚାଷର ବିକାଶ ମୁଣ୍ଡପିଛା ଆୟ ବୃଦ୍ଧିର ବିକଳ୍ପ ଉତ୍ସ: କେନ୍ଦ୍ରମନ୍ତ୍ରୀ

Sambad

ଧଉଳି: ମତ୍ସ୍ୟଚାଷର ବିକାଶ ନେଇ ସରକାର ବିଶେଷ ଯତ୍ନବାନ। ମତ୍ସ୍ୟଚାଷ ମାଧ୍ୟମରେ ଲୋକଙ୍କ ରୋଜଗାର ବୃଦ୍ଧି କରାଇବା ଲକ୍ଷ ନେଇ କେନ୍ଦ୍ର ସରକାର ସିଫା ଭଳି କୃଷି ଗବେଷଣା ପ୍ରତିଷ୍ଠାନ ଜରିଆରେ ବିପୁଳ ପରିମାଣର ଆର୍ଥିକ ସାହାୟତା ଯୋଗାଇ ଦେଉଛନ୍ତି। ମତ୍ସ୍ୟଚାଷ ଗବେଷଣାରେ ବୈଷୟିକ କୌଶଳର ଉପଯୋଗ କରାଇ ସଫଳତା ହାସଲ ନେଇ ଅମଲା ତଥା ବୈଜ୍ଞାନିକମାନେ ନିଯୁକ୍ତ ହୋଇଛନ୍ତି। ମତ୍ସ୍ୟଚାଷ ସହିତ ସହବନ୍ଧିତ ଅନ୍ୟ ସବୁ ମାଧ୍ୟମଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କଲେ ରାଜ୍ୟରେ ମତ୍ସ୍ୟଚାଷର ବିକାଶ ଘଟିବା ସହ ମତ୍ସ୍ୟ ଚାଷୀମାନଙ୍କର ମଧ୍ୟ ମୁଣ୍ଡପିଛା ରୋଜଗାର ବଢ଼ିବ। ମତ୍ସ୍ୟଚାଷ କ୍ଷେତ୍ରରେ ଏଭଳି ବୈପ୍ଳବିକ ପରିବର୍ତ୍ତନ ଦେଶକୁ ପ୍ରଗତି ପଥରେ ଆଗେଇ ନେବ। ଆଜି ପୂର୍ବାହ୍ନରେ ସ୍ଥାନୀୟ କେନ୍ଦୀୟ ମଧୁରଜଳ କୃଷି ଗବେଷଣା ପ୍ରତିଷ୍ଠାନ(ସିଫା) ଅଡ଼ିଟୋରିୟମ କକ୍ଷରେ ଅନୁଷ୍ଠିତ ଜଳକୃଷି ସମୀକ୍ଷା ସଭାରେ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଆଭ୍ୟନ୍ତରୀଣ ମତ୍ସ୍ୟଚାଷ ବିଭାଗର ଯୁଗ୍ମ ସଚିବ ସାଗର ମେହେରା, ସାମୁଦ୍ରିକ ମତ୍ସ୍ୟଚାଷ ବିଭାଗର ଯୁଗ୍ମ ସଚିବ ଡ. ଜେ ବାଲାଜୀ, ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସି ସୁବର୍ଣ୍ଣା, ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟର କୁଳପତି ଡ.ପିକେ ଅଗ୍ରୱାଲ, ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗ ସଚିବ ତଥା କମିସନର ଓଡ଼ିଶା, ଆର ରଘୁ ପ୍ରସାଦ, ଜାତୀୟ ମତ୍ସ୍ୟ ସଂପଦ ବିଭାଗର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଜି ରତିନରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟିକ ଦିଗ ଉପରେ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଅତିଥିବୃନ୍ଦ ୧୬ଟି ଜଳକୃଷି ଗବେଷଣା ପ୍ରଯୁକ୍ତି କୌଶଳ ଅଭ୍ୟାସ ପୁସ୍ତିକା, ୪ ଟି ଇ ବୁକଲେଟ ଉନ୍ମୋଚନ କରିଥିଲେ। ସିଫାର ନିର୍ଦ୍ଦେଶକ ସରୋଜ କୁମାର ସ୍ବାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ବୈଜ୍ଞାନିକ ଡ . ବିସି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଶ୍ରୀ ଷଡ଼ଙ୍ଗୀ ସିଫାରେ ଚାଲିଥିବା ବାୟୋଫ୍ଲକ, ଜୟନ୍ତୀ ରୋହୀ, କ୍ରାଫ୍ଟ ୟୁନିଟ, ମାଇନର କାପ, ପୁନଃଚକ୍ରଣ କୃଷି, ଆକ୍ସାପନିକ୍ସ, ଚିଙ୍ଗୁଡ଼ି, ଶେଉଳ ହାଚେରୀ ଓ ରଙ୍ଗୀନ ମାଛ ପ୍ରଜନନ କେନ୍ଦ୍ର ଆଦି ବୁଲି ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe