Sambad
ମାଲକାନଗିରି: ଆଜି ଜାତିର ପିତା ମହୋନ ଦାସ କରମଚାନ୍ଦ ଗାନ୍ଧୀ ଜନ୍ମ ଜୟନ୍ତୀ ରୂପେ ପାଳନ କରାଯାଇଥାଏ। ବିଶେଷ କରି ଭାରତ ସ୍ଵାଧିନରେ ତାଙ୍କ ଭୂମିକା ଅତୁଳନୀୟ ରହିଥିଲା। ଏଥି ସହିତ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମଧ୍ୟ ଜନ୍ମ ଜୟନ୍ତୀ ଆଜିର ଦିନରେ ପାଳନ କରାଯାଏ। ତେଣୁ ଏହି ଅବସରରେ ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଗସ୍ତ କରିଛନ୍ତି ପଡ଼ୋଶୀ ରାଜ୍ୟ ଛତିଶଗଡ଼ର କେବିନେଟ ମନ୍ତ୍ରୀ, କବାସୀ ଲାଖମା। ପ୍ରଥମେ ମାଲକାନଗିରି ଜିଲ୍ଲା ସଦରମହକୁମାର ସୁବାଷ ଛକ ଠାରେ ପହଞ୍ଚିଥିଲେ। ତାଙ୍କୁ ଜିଲ୍ଲା ପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ଫୁଲ ତୋଡ଼ା ଓ ଉପଢୌକନ ଦେଇ ସ୍ବାଗତ ଜଣାଇଥିଲେ।
Sambadଏହି କାର୍ଯ୍ୟକ୍ରମରେ ମାଲକାନଗିରି କଂଗ୍ରେସ ଦଳର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ ନେତା ଜି. ଶ୍ରୀନିବାସ ରାଓ, ଜିଲ୍ଲା ପରିଷଦ ମଙ୍ଗୁଖିଲ, ଯୁବ କଂଗ୍ରେସର ରାଜ୍ୟ ସମ୍ପାଦକ ଇଶାଖ ଖୋସଲା ସହିତ ଦଳର ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ମନ୍ତ୍ରୀ କାବାସୀ ଲାଖମା ଦଳୀୟ କର୍ମୀଙ୍କ ସହ ଏକ ପଦଯାତ୍ରା କରି ଦୈନିକ ବଜାର ଠାରେ ପହଞ୍ଚି ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜଳନ କରିଥିଲେ। ଏହା ପରେ ସେ ମାଲକାନଗିରି ମାଥିଲି ବ୍ଲକର କିଆଙ୍ଗ ଅଭିମୁଖେ ଯାତ୍ରା କରିଥିଲେ।
Follow Us