ଜଗାକୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା

Advertisment
ଜଗାକୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା

ଫୁଲବାଣୀ: ଫୁଲବାଣୀସ୍ଥିତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଡାକ୍ତରୀ ଟିମ୍‌ ହେପାଜତରେ ଥିବା ଜଗାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଭେଟିଛନ୍ତି। ଜଗା ଏବଂ ତାଙ୍କର ପରିବାର ସଦସ୍ୟଙ୍କୁ ଭେଟିବା ସହ ଜଗାର ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଜଗା କିଭଳି ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବ, ସେ ନେଇ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ପାଇଁ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧ କୋଟି ଟଙ୍କା ଅନୁଦାନ ଦିଆ ଯାଇଥିଲା। ଦିଲ୍ଲୀସ୍ଥିତ ଏମ୍‌ସରେ ଜଗା-ବଳିଆଙ୍କର ସଫଳ ଅସ୍ତ୍ରୋପଚାର କରା ଯାଇଥିଲା। ଅସ୍ତ୍ରୋପଚାର ପରେ ଗତବର୍ଷ ବଳିଆର ମୃତ୍ୟୁ ହୋଇ ଯାଇଥିଲା। ପରେ ଜଗା ସୁସ୍ଥ ହୋଇ ନିଜ ଗାଁ କନ୍ଧମାଳକୁ ଫେରିଥିଲା। ବର୍ତ୍ତମ‌ାନ ଜଗା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ବାବଧାନରେ ରହୁଛି। ଜଗାର ନିଜ ଘର କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ। ସେ ଫୁଲବାଣୀ ଡାକ୍ତରଖାନାରେ ଏକ ସ୍ବତନ୍ତ୍ର କ୍ୟାବିନ୍‌ରେ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe