ସମ୍ବଲପୁର: ମନ୍ତ୍ରୀ ରବି ନାରାୟଣ ନାଏକ ଅସୁସ୍ଥତା ଅନୁଭବ କରିବାରୁ ଆଜି ସକାଳେ ସାଢ଼େ ୮ଟାରେ ବୁର୍ଲା ଭିମ୍ସାରରେ ପହଂଚି ଥିଲେ। ଭିମ୍ସାର ଅଧ୍ୟକ୍ଷ ତଥା ପ୍ରଫେସର ଡାକ୍ତର ପ୍ରଦୀପ କୁମାର୍ ମହାନ୍ତି ତାଙ୍କ ଚିକିତ୍ସା କରିଥିଲେ। ଅଧୀକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାଏକ, ପ୍ରଫେସର ଡାକ୍ତର ବି.ବି ପଣ୍ଡା, ପ୍ରଫେସର ଡାକ୍ତର ସୁନିଲ ଶର୍ମା, ଡାକ୍ତର ଜଗବନ୍ଧୁ ବାରିକ ପ୍ରମୁଖ ମଧ୍ୟ ସହଯୋଗ କରିଥିଲେ। ମନ୍ତ୍ରୀ ନାଏକଙ୍କୁ ଡାକ୍ତରମାନେ ପର୍ଯ୍ୟାପ୍ତ ଫଳ ଓ ପନିପରିବା ଖାଇବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ କେତେକ ଔଷଧ ଲେଖିବା ସହିତ ଅନ୍ୟ କେତେକ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ଜଣେ ମନ୍ତ୍ରୀ ବିଶ୍ୱାସର ସହ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବାରୁ ସାଧାରଣ ରୋଗୀଙ୍କ ମଧ୍ୟରେ ଭିମ୍ସାର ଉପରେ ବିଶ୍ୱାସ ଜନ୍ମିଛି। ମନ୍ତ୍ରୀ ନାଏକ ସ୍ବାସ୍ଥ୍ୟ ଯାଂଚ ପରେ ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧୀକ୍ଷକଙ୍କ ସହିତ ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ଉପରେ ବି ଆଲୋଚନା କରିଥିଲେ। ବୁର୍ଲା ଏନ୍ଏସିର ପୂର୍ବତନ ନଗରପାଳ ବିଷ୍ଣୁ ରକ୍ଷିତ, ବୁର୍ଲା ବିଜେପି ମଣ୍ଡଳ ସଭାପତି ଜୟନ୍ତ କୁମାର ଦାଶ ଏହି ସମୟରେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us