ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

Advertisment

ସରକାରୀ ଆଇଟିଆଇ ଓ ପଲିଟେକନିକ୍ ପ୍ରତିଷ୍ଠାନ ବୁଲି ଦେଖିଲେ

ସରକାରୀ ଆଇଟିଆଇ ଓ ପଲିଟେକନିକ୍ ପ୍ରତିଷ୍ଠାନ ବୁଲି ଦେଖିଲେ

ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା: ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ, ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନ / ପ୍ରତିଷ୍ଠାନ ପରିଦର୍ଶନ କରିବା ସହ ବୈଷୟିକ ତାଲିମ ଶିକ୍ଷା ତଥା ଭିତ୍ତିଭୂମି ବିକାଶ ଆଦି କାର୍ଯ୍ୟକ୍ରମା ଅନୁଧ୍ୟାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ପ୍ରଥମେ ତକତପୁରସ୍ଥିତ ଆଇଟିଆଇ ପ୍ରତିଷ୍ଠାନ ପରିଦର୍ଶନ କରି ଶିକ୍ଷାର୍ଥୀମାନଙ୍କୁ ନେଇ ଆୟୋଜିତ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଶିକ୍ଷାନୁଷ୍ଠାନ ମାଧ୍ୟମରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଥିବାନେଇ ମତବ୍ୟକ୍ତ କରିଥିଲେ।

ପ୍ରତିଷ୍ଠାନର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପାଢୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଟିଆଇ ପକ୍ଷରୁ ବୈକ୍ଷୟିକ ଶିକ୍ଷା ସଂପର୍କୀତ ଶ୍ରୀଜନ ସୂଚନା ପୁସ୍ତିକାକୁ ଉନ୍ମୋଚନ କରିଥିଲେ ମନ୍ତ୍ରୀ ଶ୍ରୀ ନାୟକ। ପରେ ମନ୍ତ୍ରୀ ବାରିପଦା ପୂର୍ଣ୍ଣଚନ୍ଦ୍ର ଆଇଟିଆଇ ପରଦର୍ଶନରେ ଯାଇ ତାଲିମ ବ୍ୟବସ୍ଥା ଅନୁଧ୍ୟାନ କରି ଶିକ୍ଷାର୍ଥୀମାନଙ୍କ ସହିତ ବୈଷୟିକ ତାଲିମ ଶିକ୍ଷା ସଂପର୍କରେ ପଚାରି ବୁଝିଥିଲେ । ସେହିପରି ବାରିପଦା ଟିକରପଡା ସରକାରୀ ପଲିଟେକ୍ନିକ ବୈଷୟିକ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଉକ୍ତ ଅନୁଷ୍ଠାନର ଭିତିଭୂମି ବିକାଶ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ସହିତ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।

publive-image

ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ନିୟୋଜନ ଅଧିକାରୀ ଡିଓନିଶ୍ ଜର୍ଜ ଲାକ୍ରା, ତକତପୁର ବୈଷୟିକ ଶିକ୍ଷା ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପାଢୀ, ପୂର୍ଣ୍ଣଚନ୍ଦ୍ର ଶିଳ୍ପତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ କାନ୍ଦନ ମାଝୀ, ସରକାରୀ ପଲିଟେକ୍ନିକ୍ ଟିକରପଡା ବାରିପଦା ଅଧ୍ୟକ୍ଷ ଚିନ୍ମୟ ମହାପାତ୍ର ପ୍ରମୁଖଙ୍କ ସମେତ ସଂପୃକ୍ତ ଅଧ୍ୟାପକ / ଅଧ୍ୟାପିକା ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟଧାରା ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଅପରାହ୍ନରେ ମନ୍ତ୍ରୀ ଶିମିଳିପାଳ ବନାଂଚଳ(ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ)ଗସ୍ତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe