କ୍ରିକେଟ ବ୍ୟାଟ ମାଡରେ ନାବାଳକ ସତ୍ୟମ ଭାସ୍କର ମୃତ

ପୁଅକୁ ବିଷ ଦେଇ ମାରିଲା ମା', ୫ ଦିନ ପରେ ଗଳିତ ଶବ ଉଦ୍ଧାର

zeenews.india.com

ଝାରସୁଗୁଡ଼ା: ବ୍ରଜରାଜନଗର ଥାନା ଅନ୍ତର୍ଗତ ‘ଏଚ ଲାଇନ’ରେ ଜଣେ ନାବାଳକ(୧୧)ର କ୍ରିକେଟ ବ୍ୟାଟ ମାଡରେ ମୃତ୍ୟୁ ହୋଇଛି। ନାବାଳକ ସତ୍ୟମ ଭାସ୍କର ଗୁରୁତର ଆହତ ହେବାପରେ ତାକୁ ଚିକିତ୍ସା ପାଇଁ ପ୍ରଥମେ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ହସ୍ପିଟାଲ ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ସକାଳ ୧୦ଟାରେ ସତ୍ୟମର ମୃତ୍ୟୁ ଘଟିଛି ବୋଲି ବ୍ରଜରାଜନଗର ଥାନା ଆଇଆଇସି ବିଶ୍ୱାମିତ୍ର ହରପାଲ ସୂଚନା ଦେଇଛନ୍ତି।

ମୃତ ସତ୍ୟମର ମାଉସୀଙ୍କ ଅଭିଯୋଗ ଉପରେ ଏକ ମୋକଦମା ରୁଜୁ କରି ପୁଲିସ ଅନୁସନ୍ଧାନ ଚଳାଇଛି। ସୂଚନା ଅନୁସାରେ ଗତକାଲି ଅପରାହ୍ନ ୫ଟା ସମୟରେ ସ୍ଥାନୀୟ ମାଛ ମାର୍କେଟ ନିକଟରେ ରାହୁଥବା ସତ୍ୟମ ‘ଏଚ ଲାଇନ’କୁ ଖେଳିବାକୁ ଯାଇଥିଲା। ସେଠାରେ ସେ ଅନ୍ୟ ୩ଜଣ ସାଥି ସହିତ ଜଣଙ୍କ ପିଣ୍ଡାରେ ବସି ଖେଲୁଥିବା ସମୟରେ ଅନ୍ୟଜଣେ ନାବାଳକ ସେଠାରେ ପହଞ୍ଚି ଧାରିଥିବା କ୍ରିକେଟ ବ୍ୟାଟରେ ପଛପଟୁ ସତ୍ୟମର ମୁଣ୍ଡରେ ପାହାରେ ପକାଇଥିଲା।

ପୂର୍ବ ଝଗଡାକୁ ନେଇ ଏହି ଆକ୍ରମଣ ହୋଇଥିବା ତଦନ୍ତକାରୀ ଅଧିକାରୀ ରବି ଶଙ୍କର ଭଇଁସା ପ୍ରକାଶ କରିଛନ୍ତି। ଶବ ବ୍ୟବଚ୍ଛେ ସୋମବାର ହେବ। ଘଟଣା ଉପରେ ଅଧିକ ଅନୁସନ୍ଧାନ ଚାଲିଥିବା ଶ୍ରୀ ଭଇଁସା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe