ଖେଳିବା ସମୟରେ ପାଟିରେ ପଶିଗଲା ରବର୍‌ ବଲ୍‌, ଅଣନିଃଶ୍ବାସୀ ହୋଇ ମୃତ୍ୟୁବରଣ କଲା ଶିଶୁ

Advertisment
ଖେଳିବା ସମୟରେ ପାଟିରେ ପଶିଗଲା ରବର୍‌ ବଲ୍‌, ଅଣନିଃଶ୍ବାସୀ ହୋଇ ମୃତ୍ୟୁବରଣ କଲା ଶିଶୁ

ସୁନ୍ଦରଗଡ଼: ସାମାନ୍ୟ ଅସାବଧାନତା ବଡ଼ ବିପଦକୁ ଡାକିଆଣେ। ଏପରିକି ଅନେକ ସମୟରେ ଏହା ମୃତ୍ୟୁ ମୁଖକୁ ବି ନେଇଯାଏ। ଏମିତି ଏକ ଅଭାବନୀୟ, ହୃଦୟ ବିଦାରକ ଘଟଣା ଘଟିଯାଇଛି ଭଷ୍ମା ଥାନା ମସ୍ନିକାନୀ ଗାଁରେ। ଏକ ରବର ବଲ୍ ଯୋଗୁ ଶିଶୁପୁତ୍ରର ଜୀବନ ଚାଲିଯାଇଛି।

ସୂଚନା ଅନୁସାରେ,  ମସ୍ନିକାନୀ ଗାଁର ଡୁଲେଶ୍ବର ରକ୍ସା ଓ ରଂଜୁଙ୍କ କୁନି ପୁଅ ଶ୍ଲୋକ ଗୁରୁବାର ସନ୍ଧ୍ୟାରେ ଘର ସମ୍ମୁଖରେ କିଛି ସାଥୀ ପିଲାଙ୍କ ସହ ପିଂଗପଂଗ ରବର ବଲ୍ ଖେଳୁଥିଲେ। ଅଚାନକ ବଲଟି ଶିଶୁର ପାଟିରେ ପଶି ଯାଇ ତଣ୍ଟିରେ ଲାଖି ଯାଇଥିଲା। ଅଣନିଃଶ୍ବାସୀ ହୋଇ ଶିଶୁ ଅଚେତ ହୋଇଯିବା ପରେ ଘର ଲୋକେ ତାଙ୍କୁ ତୁରନ୍ତ ସୁନ୍ଦରଗଡ଼ ଡାକ୍ତରଖାନା ଆଣିଥିଲେ। ଡାକ୍ତର ତଣ୍ଟିରୁ ବଲଟିକୁ କାଢ଼ି ଦେଇଥିଲେ। କିନ୍ତୁ ସେତେବେଳକୁ ଶିଶୁ ଦେହରେ ଆଉ ଜୀବନ ନଥିଲା। ସେ ସବୁଦିନ ପାଇଁ ବାପାମାଙ୍କ କୋଳ ଛାଡ଼ି ଚାଲି ଯାଇଥିଲା। ଶିଶୁ ଶ୍ଲୋକର ଏପରି ଅକାଳ ମୃତ୍ୟୁରେ ବାପାମା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ପୂରା ମସ୍ନିକାନୀ ଗାଁ ଶୋକରେ ବୁଡ଼ି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe