ବଜ୍ରପାତରେ ନାବାଳକ ମୃତ

କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

Representative Image

ଇବ୍‌ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବତଳଗା ଗ୍ରାମର ମୋତିରାମ ରୋହିଦାସ (୧୨)ଙ୍କ ବଜ୍ରପାତରେ ଗୁରବାର ରାତିରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରଥ ରୋହିଦାସ ଓ ତାଙ୍କ ପୁଅ ମୋତିରାମ ରୋହିଦାସ ମାଛ ଧରି ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାର କୂଳରେ ପହଞ୍ଚିଥିଲେ। ବଜ୍ରାପାତରେ ଉଭୟେ ଚେତାଶୂନ୍ୟ ହୋଇପଡ଼ିଥିଲେ। କିଛି ସମୟ ପରେ ରଥଙ୍କ ଚେତା ଫେରିଥିବା ବେଳେ ମୋତିରାମଙ୍କ ଚେତା ନ ଫେରି ନଥିଲା। ତାଙ୍କୁ ଟିଆର୍‌ଏଲ୍‌ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ପଞ୍ଚନାମା ପରେ ଶୁକ୍ରବାର ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯାଇଛି। ବନହରପାଲି ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe