ଚାଷଜମିରେ ଥିବା ପାଣିକୁଣ୍ଡରେ ବୁଡ଼ି ନାବାଳକର ମୃତ୍ୟୁ 

ଚାଷଜମିରେ ଥିବା ପାଣିକୁଣ୍ଡରେ ବୁଡ଼ି ନାବାଳକର ମୃତ୍ୟୁ 

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଭିମାଗୁଡ଼ା ଗ୍ରାମରେ ଜଣେ ୧୪ ବର୍ଷ ବୟସର ନାବାଳକ ଚାଷଜମି ପାଇଁ ବ୍ୟବହୃତ ପାଇଁ ଥିବା ପାଣିକୁଣ୍ଡରେ ବୁଡ଼ି ମୃତ୍ୟୁ ହୋଇଛି। ମୃତ ନାବାଳକ ଭିମାଗୁଡା ଗ୍ରାମର ପଦ୍ମନ ଭତରାଙ୍କ ବଡ଼ପୁଅ ବିଶନାଥ ଭତରା(୧୪) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ଭିମାଗୁଡ଼ା ଗ୍ରାମର ପଦ୍ମନ ଭତରାଙ୍କ ବଡ ପୁଅ ବିଶନାଥ ଆଜି ଭୋରରୁ ଶୌଚ ପାଇଁ ଗ୍ରାମ ନିକଟ  ଚାଷ କାର୍ଯ୍ୟ ପାଇଁ ଥିବା ପାଣିକୁଣ୍ଡକୁ ଯାଇଥିଲା। ତେବେ ଅସାବଧାନତା ଯୋଗୁ ଗୋଡ ଖସିଯିବାରୁ ସେହି ପାଣି କୁଣ୍ଡ ମଧ୍ୟରେ ବୁଡି ଯାଇଥିଲା। ସକାଳେ ଗ୍ରାମର କିଛି ଲୋକେ ପାଣିକୁଣ୍ଡରେ ବିଶନାଥ ଭାସୁ ଥିବାର ଦେଖିଲେ।

ଏ ନେଇ ପରିବାର ଲୋକେ ଜାଣିବା ପରେ ଆଜି ଡାବୁଗାଁ ପୁଲିସକୁ ଏତଲା ଦେଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନାବାଳକ ବିଶନାଥର ଶବ ପାଣି କୁଣ୍ଡରୁ ଉଦ୍ଧାର ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଜବତ କରିଥିଲେ। ଅପରାହ୍ନରେ ଶବ ବ୍ୟେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନା ଥାଉ କି ଭିମାଗୁଡା ଗ୍ରାମର ପଦ୍ମନ ଭତରାଙ୍କ ୪ ପୁଅ ଥିବା ବେଳେ ବିଶନାଥ ବଡ ପୁଅ ଅଟେ। ବିଶ୍ବନାଥର ଏଭଳି ଆକସ୍ମିକ ମୃତ୍ୟୁ ପରେ ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe