ମୟୂରଭଂଜ: ଦେହରେ ବିଷ ପ୍ରକ୍ରିୟା ପରେ ନାବାଳକ ମୃତ

ସୁବର୍ଣ୍ଣପୁର: ଗଛରେ ଝୁଲୁଛି ମହିଳାଙ୍କ ଗଳିତ ଶବ

Hindustan Times

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଅଂଚଳର ନାପ୍ରି ଫଚାୟତ ଖଡିପାହାଡି ଗ୍ରାମର ବିଜୟ ନାଏକଙ୍କ ନାବାଳକ ପୁଅ ଦୀପକ ନାଏକ (୧୪) ଦେହରେ ବିଷ ପ୍ରକ୍ରିୟା ଦ୍ଵାରା ମୃତ୍ୟୁବରଣ କରିଛି। ସକାଳୁ ଉଠିଲା ପରେ ହଠାତ୍‌ ମୁଣ୍ଡ ବୁଲେଇବା ସହିତ ବାନ୍ତି ହୋଇଥିଲା। ଏହା ପରେ ପରିବାର ଲୋକେ ବାଙ୍ଗିରିପୋଷି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଦୀପକର ଅବସ୍ଥା ଗୁରୁତର ହେବାରୁ ତାକୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ଅବସ୍ଥାରେ ଦୀପକର ମୃତ୍ୟୁ ହୋଇଥିଲା। ବିଷାକ୍ତ ସରିଶୃପ ରାତିରେ କାମୁଡିଥିବାର ଡାକ୍ତର ସଂଦେହ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରିଛି। ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe