ସାଢେ ତିନି ବର୍ଷର ଶିଶୁକୁ ଚକଲେଟ ଲୋଭ ଦେଖାଇ ଅପହରଣ ପରେ ଦୁଷ୍କର୍ମ କଲା ୨ ମହିଳାଙ୍କ ସ୍ୱାମୀ!

Advertisment
ସଙ୍ଗରୋଧ କେନ୍ଦ୍ରରେ ଅସଦାଚରଣ ଅଭିଯୋଗ ଆଣିଲେ ଯୁବତୀ

The Daily Star

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ପୁଣି ଏକ ଲଜ୍ୟାଜନକ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଜଣେ ୪୩ ବର୍ଷର ବିବାହିତ ବ୍ୟକ୍ତି ସାଢେ ତିନି ବର୍ଷର ଜଣେ କୋମଳମତି ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଘୁ.ଉଦୟଗିରି ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁସାରେ ମଙ୍ଗଳବାର ସନ୍ଧ୍ୟାରେ ବିଦ୍ୟୁତ ନଥିଲା। ଏହି ସମୟରେ କଳିଙ୍ଗା ତାରାବାଡ଼ି ଗ୍ରାମର ପ୍ରଶ୍ନ କୁମାର ଦିଗାଳ(୪୩)ବର୍ଷ କାଣୀକୁଟି ମାଡିନାଜୁ ସାହିକୁ ମଦ ପିଇବାକୁ ଯାଇଥିଲା। ଫେରିଲା ବେଳକୁ ଘର ଦାଣ୍ଡରେ ଖେଳୁଥିବା ସାଢେ ତିନି ବର୍ଷର କୋମଳ ମତି ଶିଶୁକନ୍ୟାକୁ ଚକଲେଟ ଦେଇ ବୁଲେଇବା ବାହାନାରେ ନେଇଯାଇଥିଲା। କିଛି ସମୟ ପର୍ଯ୍ୟନ୍ତ ନିଜ ଝିଅକୁ ନ ପାଇବାରୁ ଶିଶୁକନ୍ୟାର ମା’ ପାଖ ପଡ଼ୋଶୀ ଖୋଜା ଖୋଜି କରିଥିଲେ। ପରେ ରାତେଡ଼ିସାହି ଚର୍ଚ୍ଚ ବାରଣ୍ଡାରେ ଶିଶୁଟିକୁ ଦୁଷ୍କର୍ମ କରୁଥିବା ଦେଖି ପାଟି କରିବାରୁ ଶିଶୁକୁ ଛାଡି ପ୍ରଶ୍ନ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ସାହି ଲୋକ ଖୋଜା ଖୋଜି କରି ପାଇ ନଥିଲେ।

publive-image

ଆଜି ସକାଳୁ ପୁଣି ପ୍ରଶ୍ନକୁ ସାହି ଭାଇ ମିଶି ଖୋଜି ପାଇବା ପରେ ପଚରା ଉଚରା କରିବା ସହ ଉତ୍ତମ ମଧ୍ୟମ କରି ସ୍ଥାନୀୟ ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜିତ କୁମାର ମୁନୀ କାଲିଙ୍ଗାରେ ପହଞ୍ଚି ଅଭିଯୁକ୍ତ ପ୍ରଶ୍ନକୁ ଉଦ୍ଧାର କରି ଆଣି ପଚରାଉଚରା କରିଥିଲେ। ଅପରାହ୍ନରେ ଶିଶୁ କନ୍ୟାର ମା’ ସ୍ଥାନୀୟ ଥାନାରେ ପହଂଚି ନିଜ ଶିଶୁକୁ ପ୍ରଶ୍ନ ଦୁଷ୍କର୍ମ କରିଥିବା ଲିଖିତ ଏତଲା ଦେବା ପରେ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜିତ କୁମାର ମୁନୀ ମାମଲା ରୁଜୁ କରି ମହିଳା ଏସଆଇ କୌଶଲ୍ୟା ବେହେରାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଅଭିଯୁକ୍ତ ପ୍ରଶ୍ନ ମିସ୍ତ୍ରୀ କାମ କରେ ସେ ଜଣେ ବିବାହିତା । ଦୁଇଟି ସ୍ତ୍ରୀ ପ୍ରଥମ ସ୍ତ୍ରୀର ୬ଟି ଝିଅ, ଦ୍ୱିତୀୟ ସ୍ତ୍ରୀର ଗୋଟିଏ ପୁଅ ଓ ଗୋଟିଏ ଝିଅ। ପ୍ରଶ୍ନ ପ୍ରତ୍ୟକ ଦିନ ସେ ମଦ ପିଏ ମଦ ପିଇବା ନିମନ୍ତେ କାଣୀକୁଟି ସାହିକୁ ଯାଏ। ସାହିରେ ଖେଳୁଥିବା କୋମଳ ମତି ଶିଶୁକନ୍ୟାକୁ ଚକଲେଟ ଦେଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe