ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ଅଭିଯୁକ୍ତ ଥାନାରେ ଅଟକ, ପଚରାଉଚରା ଜାରି

Advertisment
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ଅଭିଯୁକ୍ତ ଥାନାରେ ଅଟକ, ପଚରାଉଚରା ଜାରି

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ଏ ନେଇ ପରିବାର ତରଫରୁ କଙ୍କଡାହାଡ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଉକ୍ତ ନାବାଳିକା ଜଣକ ଘରେ ଥିବାବେଳେ ସେହି ଗ୍ରାମର ନରହରି ମହାରଣା ନାବାଳିକାକୁ ତାଙ୍କ ବାପା ଦେହ ଖରାପ ଥିବାରୁ ଔଷଧ ଓ ଫଳ କିଣିବାକୁ କହି କଙ୍କଡାହାଡ ବଜାରକୁ ନେଇ ଆସିଥିଲେ। ପରେ ନରହରି ଉକ୍ତ ନାବାଳିକାକୁ କଙ୍କଡାହାଡ ଠାରୁ ୭କିଲୋମିଟର ଦୂର କଲଦକ୍ଷ ଗ୍ରାମ୍ୟ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣକ କୌଶଳ କ୍ରମେ ସେଠାରୁ ଖସି ଆସି ନିଜ ବାପାଙ୍କୁ ଏ ବିଷୟରେ ଜଣାଇଥିଲେ।

ଏ ସମ୍ପର୍କ ରେ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ଏ ସମ୍ପର୍କରେ ଖବର ପାଇ ଢେଙ୍କାନାଳ ଅତିରିକ୍ତ ଏସପି ଗଣେଶ୍ୱର ପ୍ରଧାନ, କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ଥାନା ଅଧିକାରୀ ଆଶିଷ ଜେନା ପ୍ରମୁଖ ଘଟଣା ହୋଇଥିବା ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ତଦନ୍ତକ୍ଷ ଧୀନ ଥିବାରୁ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe